ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହେଲେ ଅବସରପ୍ରାପ୍ତ ବାୟୁ ସେନା କର୍ମଚାରୀ

ନୀଳଗିରି : ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅବସରପ୍ରାପ୍ତ ବାୟୁ ସେନା କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ବାୟୁ ସେନା କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ରାଜ କିଶୋର ବେହେରା।

ଅଭିଯୋଗ ଅନୁସାରେ, ଗତକାଲି ନାବାଳିକା ଜଣଙ୍କ ରାଜ କିଶୋରଙ୍କ ଘରକୁ କଦଳୀ ଆଣିବାକୁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କୁ ଅବସରପ୍ରାପ୍ତ ସେନା କର୍ମଚାରୀ ଅସଦାଚରଣ କରିଥିଲେ। ନାବାଳିକା ଜଣଙ୍କ ଘରକୁ ଫେରି ପରିବା ଲୋକଙ୍କ ନିକଟରେ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଏନେଇ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଆଜି ସକାଳେ ରାଜ କିଶୋରଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *