ଭାବବିହ୍ୱୋଳ ପରିବେଶରେ ଶିକ୍ଷକଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ : ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଜଗତସିଂହପୁର : ତ ୩୦.୦୬.୨୦୨୩ ରେ ରାହାଣସ୍ଥ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ଓ କର୍ମଚାରୀଙ୍କ ତରଫରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଭା ଆୟୋଜନ ପୂର୍ବରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ବାବା ବିଦ୍ୟାଧର, ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଳ ଦେଇ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ନିମନ୍ତ୍ରୀତ ଅତିଥୀଙ୍କ ଦ୍ୱାର ସଭା ଆରମ୍ଭ କରାଯାଇଥିଲା । ଏହି ସଭାରେ ବିଦାୟୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ସଂସଦ ତରଫରୁ ମୂଖ୍ୟ ଅତିଥି ତଥା ତନିଗାଁ ମଇ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଭାକର ସ୍ୱାଇଁ ପୁଷ୍ପଗୁଚ୍ଛ,ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ସମ୍ମାନ୍ନୀତ ଅତୀଥି ଭାବେ ତିନିଗାଁ ମଇ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଚାନୁ କୁମାର ସ୍ୱାଇଁ, ଏହି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା, ଜାନକାଦେଇ ପୁର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ବିଜ୍ଞାନ ଶିକ୍ଷକ ଜଟାଧାରୀ ପରିଡା଼,ଶରତ ଚନ୍ଦ୍ର ପାଇଟାଳ, ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚ଼ନ୍ଦ୍ର ନାୟକ, ସମାଜସେବୀ ଜଟାଧାରୀ ସାହୁ,ଶିକ୍ଷକ ସଞ୍ଜୟ କୁମାର ମହାରଣା,ପ୍ରାକ୍ତନ ଲିପିକ ଜଟାଧାରୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ପୂର୍ବତନ ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟ ଓ ପରମ୍ପରାକୁ ଭୁୟସୀ ପ୍ରସଂସା କରିଥିଲେ ଓ ଆଗମୀ ଦିନରେ ଏହି ପରମ୍ପରାକୁ ଚାଲୁ ରଖିବେ ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନେ ଅନୁପ୍ରାଣିତ ହେବେ ।


ଏହି ସଭା ପରିଚାଳନାରେ ସଂସଦର ସମ୍ପାଦକ ଅଭୟ ମାଝୀ ,କୋଷାଧ୍ୟକ୍ଷ ବାବୁଲି ବେହେରା, ପୂର୍ବତନ ଛାତ୍ର ଲଳୀତ ସ୍ୱାଇଁ, ଶ୍ରୀନିବାସ ବେହେରା,ଗିରିଜା ଶଙ୍କର ବେହେରା,ବାବୁରାମ ମାଝୀ, ମନୋଜ ମହାପାତ୍ର,ଦୀପକ ପ୍ରଧାନ,ବିଭୁଦତ୍ତ ବେହେରା, ଦିଲ୍ଲିପ ମହାପାତ୍ର, ବିଜ୍ଞାନ ମାଝୀ,ପବିତ୍ର କୁମାର ସାହୁ,ଜୀବନ ସାହୁ,କାଳିଆ ଜେନା, ସାହାଜାହାନ ପ୍ରଧାନ,ରୂଦ୍ର ପ୍ରକାଶ ବେହେରା,,ବିଘ୍ନେଶ ବେହେରା, ବଲ୍ଲଭ ଖଟୁଆ,ସୌମ୍ୟ ପୁହାଣ,ରାକେଶ ବେହେରା, ଜୁଲିରାଣୀ ପଣ୍ଡା,ସ୍ୱୟଂସ୍ନାତା ବେହେରା, ସୋନାଲୀ ଜେନା,ସାଇନା ପଣ୍ଡା,ରାନୀ ଖଟୁଆ,ସୁଜାତା ମଲ୍ଲିକ,ସମୀକ୍ଷା ଯତି,ପ୍ରଜ୍ଞା ଓଝା,ଲୀଜା ମାଝୀ,ପୂଜା ସେଠୀ,ମାମାଲି ସାହୁ ସହ ଅନ୍ୟ ସମସ୍ତ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଶିକ୍ଷକ ମାନଙ୍କ ସହ କଟାଇଥିବା ମଧୁର ସ୍ମୃତି ଚାରଣ କରିବା ସହ ସମ୍ବର୍ଦ୍ଧନା ସଭାର ସଫଳ ରୁପାୟନରେ ସହଯୋଗ କରିବା ସହ ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜ୍ଞାପନ ଓ ଭୁୟସୀ ପ୍ରସଂସା କରିଥିଲେ । ଅପରାହ୍ନରେ ବିଦାୟୀ ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ମଟରସାଇକେଲ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରାଇ ତାଙ୍କ ମୁରୁଣିଆସ୍ଥ ବାସଭବନରେ ପହଞ୍ଚାଇ ବିଦାୟ ଦେଇଥିଲେ ।


ସଂସଦର ସମ୍ପାଦକ ଅଭୟ ମାଝୀ ସ୍ବାଗତ ଭାଷଣ ଦେଇଥିବା ବେଳେ ମିଲନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଓ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *