ବାପାର ମୃତ୍ୟୁପରେ ସହାୟତା ଟଙ୍କା ଧରି ମାଆ ଘର ଛାଡି ଚାଲିଗଲା : ତିନି ଭଉଣୀ ଙ୍କ ପାଟିରେ ଦାନା ଦେବା ପାଇଁ ସଂଘର୍ଷ କରୁଛି ୧୧ ବର୍ଷୀୟା ପଦ୍ମିନୀ

କେନ୍ଦୁଝର : ବାପା ଉପରେ ଟ୍ରକ ମାଡିଯାଉ ମୃତ୍ୟୁ ପରେ ଦୁଃଖର ପାହାଡ଼ ଲଦି ହୋଇ ଯାଇଛି ୧୧ ବର୍ଷର ପଦ୍ମିନୀ ମୁଣ୍ଡା ଉପରେ । ଦୁର୍ଘଟଣା ବଦଳାଇ ଦେଇଛି ଜୀବନର ମୋଡ଼। ଯେଉଁ ବୟସରେ ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହିତ ଖେଳକୁଦ ଓ ପାଠପଢ଼ିବାର ସମୟ, ସେହି ସମୟରେ ପରିବାର ବୋଝ ମୁଣ୍ଡାଉଛି ପଦ୍ମିନୀ। ପାଠପଢ଼ାରେ ଡ଼ୋରି ବାନ୍ଧି ୩ ଭଉଣୀଙ୍କ ଦାୟିତ୍ବ ତୁଲଉଛି। ଚୂଲୀରେ ରୋଷେଇ କରି ସାନଭଉଣୀଙ୍କ ପେଟକୁ ଦାନା ଦେଉଛି । ପିଲାମାନଙ୍କ ଦୁଃଖ ଦେଖି ପଡ଼ୋଶୀମାନେ ମଧ୍ୟ ଅନେକ ସମୟରେ ସହାୟତା କରୁଛନ୍ତି। ବରଯାତ୍ରୀଙ୍କ ଉପରେ ଏଭଳି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ସହର ଟ୍ରକ୍ ମାଡ଼ିଯିବା ଘଟଣା ଲକ୍ଷ୍ମୀପାଦ ଅଞ୍ଚଳରେ। ଗତ ମଙ୍ଗଳବାର ଦିନ ବିବାହ କାର୍ଯ୍ୟକ୍ରମରେ କାମ କରିବାକୁ ଯାଇଥିବା ରଥ ମୁଣ୍ଡାଙ୍କ ଉପରେ ଟ୍ରକ୍ ଚଢ଼ି ଯିବାରୁ ପ୍ରାଣ ହରାଇଥିଲେ । ବାପା ମୃତ୍ୟୁ ପରେ ସହାୟତା ମିଳିଥିଲା। କିନ୍ତୁ ସହାୟତା ଟଙ୍କା ଧରି ମା’ ଦୁଇ ପୁଅ ସହ ଅନ୍ୟତ୍ର ଚାଲିଯାଇଛି। ଏବେ ୩ ଭଉଣୀଙ୍କ ବୋଝର ଭାର ପଦ୍ମିନୀ ଉପରେ। ଲକ୍ଷ୍ମୀପାଦ ଅଞ୍ଚଳରେ ରହି ଗୁଜୁରାଣ ମେଣ୍ଟାଇଥିଲେ । ପ୍ରଥମେ ଚାରି ଝିଅ ହେବା ପରେ ପରେ ପୁଣି ୨ ପୁତ୍ର ସନ୍ତାନ ଜନ୍ମ ନେଇଥିଲେ । ୬ ସନ୍ତାନ ଓ ପତ୍ନୀ ପୁତ୍ରକୁନି ମୁଣ୍ଡାଙ୍କ ସହିତ ରହୁଥିଲେ ରଥ ମୁଣ୍ଡା। ବଡ଼ଝିଅ ପଦ୍ମିନୀର ବୟସ ୧୧ । ସେ ଅଳ୍ପଦିନ ମାତ୍ର ବିଦ୍ୟାଳୟ ମାଟି ମାଡିଥିଲା । ପାଠ ଦୁଇ ଅକ୍ଷର ପଢ଼ିଥିଲେ ମଧ୍ୟ ଅନେକ ଦିନରୁ ପାଠ ପଢ଼ାଛାଡି ଦେଇଥିବାରୁ ଏବେ କେନ୍ଦୁଝର ପୁରୁଣା ସହର ଜୁଡିଆ ସାହିର ମୂଳ ବାସିନ୍ଦା ରଥ ମୁଣ୍ଡା ଅନେକ ଦିନରୁ ପରିବାର ସହିତ ଆସି ଆଦୌ ଅକ୍ଷର ତାକୁ ଜଣାନାହିଁ । ଅନ୍ୟ ୩ ଝିଅ ବୁଧୁନୀ, ମକ ଓ ଚିଙ୍ଗତିଙ୍କ ଅବସ୍ଥା ମଧ୍ୟ ସମାନ । ବାପା ଥିବା ସମୟରେ ବଡ଼ଝିଅକୁ ଛାଡି ଅନ୍ୟ ୩ ଝିଅକୁ ନେଇ ପଣ୍ଡାପଡାର ଏକ ଆଶ୍ରମ ସ୍କୁଲରେ ପଢ଼ିବା ପାଇଁ ଛତି ଦେଇଥିଲେ । ସେଠାରେ ଝିଅମାନେ କିଛିଦିନ ପଢ଼ିବା ପରେ ୩୪ମାସ ତଳେ ଘରକୁ ପଳାଇ ଆସିଥିଲେ। ଘରକୁ ଆସିବା ପରେ ଆଉ ବିଦ୍ୟାଳୟକୁ ଫେରିନାହାନ୍ତି। ରୋଷେଇ କରୁଛି ପଦ୍ମିନୀ ଗତ ମଙ୍ଗଳବର ରଥ ମୁଣ୍ଡା ଷଠିଘରସାହି ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ରଥ ମୁଣ୍ଡା ପ୍ରାଣ ହରାଇଥିଲେ। ରଥଙ୍କ ଦେହାନ୍ତ ପରେ ୬ ସନ୍ତାନ ସହିତ ପତ୍ନୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଥିଲା। ସ୍ଵାମୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରୁ ୯୦ ହଜାର ଟଙ୍କା ମିଳିବା ସହିତ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ। ନିକଟରେ ହେବାକୁ ଥିବା ବିବାହ କାମରେ ପାଣି ବୋହିବା ଓ ଅଇଁଠାପତ୍ର ଉଠାଇବାକୁ ଯାଇଥିବା ସମୟରେ ବଗ ଶୋଭାଯାତ୍ରା ଦେଖିବାକୁ ରାଜପଥର ରାସ୍ତାକଡ଼ରେ ଛିଡା ହୋଇଥିଲା। ଏହିସମୟରେ ଏକ ଟ୍ରକ୍ ଓଡି ୦୯ ଏ ୨୯୨୩ ତାଙ୍କ ଉପରେ ଅନେକ ସମୟରେ ଶିଶୁମାନଙ୍କ ରୋଜରେ ସମୟ କଟୁଥିବାରୁ ସାଇପଡ଼ିଶା ମାନେ ମଧ୍ୟ ଅନେକ ସମୟରେ ସହାୟତା କରିଥାନ୍ତି । ନହେଲେ ପଦ୍ମିନୀ କିଛିଟା ରୋଜଗାର କରି ଆଣିଲେ ୪ ରଉଣୀଙ୍କ ପେଟକୁ ଦାନା ଦେଉଛି । ଏ ସମ୍ପର୍କରେ ଶିଶୁ ମଙ୍ଗଳ ସମିତିର ରାଜଶ୍ରୀ ଉପାଧ୍ୟାୟଙ୍କୁ ପଚାରିବାରୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଭାଗ ପକ୍ଷରୁ ହସ୍ତକ୍ଷେପ କରାଯିବ । ଶିଶୁ ମାନଙ୍କ ଯତ୍ନ ସରକାରଙ୍କ ପକ୍ଷରୁ ନେବା ସହିତ ସେମାନଙ୍କ ପାଠପଢ଼ା ଦାୟିତ୍ଵ ମଧ୍ୟ ତୁଲାଇବାର ବ୍ୟବସ୍ଥା କରାଯିବ । ଖୁବଶୀଘ୍ର କମିଟି ଘଟଣାସ୍ଥଳ ପରିଦର୍ଶନ କରି ବିହିତ ପଦକ୍ଷେପ ଗ୍ରହଣ କରିବ ବୋଲି ଉପାଧ୍ୟାୟ କହିଛନ୍ତି । ଅନ୍ୟପକ୍ଷରେ ପୌର ଉପାଧ୍ୟକ୍ଷ ବରଦା ଆର୍ଥିକ ସହାୟତା ମିଳିବାରୁ ପତ୍ନୀ ପୁତ୍‌କୁନା ଛୋଟ ପ୍ରସନ୍ନ ଦାସ କୁହନ୍ତି, ପୌରପରିଷଦ ପକ୍ଷରୁ ୨ ପୁଅକୁ ଧରି କୁଡ଼ିଆସାହିକୁ ପଳାଇଥିଲେ। ପଟେ ଲକ୍ଷ୍ମୀପାଦରେ ରହି ଯାଇଥିଲେ ୪ କନ୍ୟା ସନ୍ତାନ। ପଦ୍ମିନୀ ବଡ଼ ଭଉଣୀ ହୋଇଥିବାରୁ ସାନ ଭଉଣୀଙ୍କ ଦେଝ ମୁଣ୍ଡାଇବାକୁ ବାଧ୍ୟ ହୋଇଥିଲା । ଏହି ବୟସରେ ରୋଜଗାର କଲେ ଘରେ ଚୁଲୀ ଜଳିଥାଏ। ଏକ ଟିମ୍ ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ଶିଶୁମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ। ଏହାସହିତ ସରକାରଙ୍କ ପକ୍ଷରୁ ନିୟମ ଅନୁସାରେ ଶିଶୁମାନଙ୍କୁ କିଭଳି ସହାୟତା ପ୍ରଦାନ କରାଯାଇ ପାରିବ ତାହା ପଦକ୍ଷେପ ନେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *