ବାଲେଶ୍ବର ସୋର NH-୧୬ କଲେଜ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ଜଣଙ୍କ ମୃତ୍ୟୁ, ୨ଜଣ ଗୁରୁତର ଆହତ

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ଟ୍ରକ୍‌ ପଛରୁ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ମୃତ ଓ ଆହତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ଜଣାଯାଇଛି।

ଟ୍ରକରେ ଥିବା ଅନ୍ୟ ୪ ଜଣ କ୍ୟାବିନରେ ଚାପି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି କ୍ୟାବିନ କାଟି ୪ଜଣଙ୍କୁ ବାହାର କରିଥିଲେ। ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଆଜି ଭୋର ସମୟରେ ଏକ ଟ୍ରକ୍‌ କୁକୁଡା ଆଣିବାକୁ କଲିକତାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ସୋର କଲେଜଛକ ନିକଟରେ ରାସ୍ତାକଡ଼ରେ ଏକ ହାଇୱା ଠିଆ ହୋଇଥିଲା। ଟ୍ରକ୍‌ଟି ଭାରସାମ୍ୟ ହରାଇ ହାଇୱା ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *