ଦ୍ୱିତୀୟ ବିବାହ କରିବେ ଆଉ ୨ ଜିଲ୍ଲାପାଳ

ନିକଟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁଇ ଜିଲ୍ଲାପାଳଙ୍କ ଦ୍ବିତୀୟ ବିବାହ କଥା ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଦୁଇଜଣ ଜିଲ୍ଲାପାଳ ଜୀବନ ସାଥୀ ହେବାକୁ ଯାଉଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ ଚଳିତମାସରେ ବାରଣାସୀଠାରେ ପରସ୍ପରର ହାତ ଧରିବେ। ଏହା ସମର୍ଥ ଏବଂ ସ୍ବଧାଙ୍କ ଦ୍ବିତୀୟ ବିବାହ ହେବ।

ସୂଚନାଥାଉକି, ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିବାବେଳେ ସ୍ବଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ପତ୍ନୀ ଥିଲେ। କିନ୍ତୁ ଉଭୟ ଯୋଡ଼ିଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସମର୍ଥ ସମ୍ବଲପୁର ଜିଲ୍ଲାପାଳ ଥିବାବେଳେ ପତ୍ନୀ ସୂଚୀଙ୍କ ସହ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ଓ ଉଭୟ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ। ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିବାହ କରିଥିଲେ। ସେହିପରି ଚଞ୍ଚଳ ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି।

Leave a Reply

Your email address will not be published. Required fields are marked *