ଯାଜପୁର NH ୧୬ ଦେଉଳୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ଜଣଙ୍କ ମୃତ୍ୟୁ

ଯାଜପୁର: ରାଜ୍ୟରେ ଚଳିତବର୍ଷ ବହୁ ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସଚେତନ କରିବା ପାଇଁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି। ତେବେ ଶୂନ୍ୟ ମୃତ୍ୟୁ ସପ୍ତାହ ଚାଲିଥିଲେ ବି ଦୁର୍ଘଟଣା ଥମିବାର ନାଁ ଧରୁନି। ବୁଧବାର ଭୋରରୁ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଦେଉଳି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟାୟାର ପମ୍ପଚର ହୋଇଯିବାରୁ ଏକ ଟ୍ରକ ରାସ୍ତା କଡେ ଠିଆ ହୋଇଥିବାବେଳେ ଆଉ ଗୋଟିଏ ଟ୍ରକ ପଛରୁ ପିଟି ହୋଇଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ, ଭୋର ପ୍ରାୟ ୫ଟାରେ ଓଆର ୧୪ ୱାଇ ୪୬୧୭ ନମ୍ବର ବିଶିଷ୍ଟ ଗୋଟିଏ ଲୁହାଛଡ ବୋଝେଇ ଗାଡି ରାସ୍ତାରେ ପମ୍ପଚର ହୋଇ ଛିଡା ହୋଇଥିଲା। ଉକ୍ତ ଗାଡିର ଡ୍ରାଇଭର ଟାୟାରର ଲିକ ସଜାଡୁଥିଲେ। ଏତିକି ବେଳେ ପଛରୁ ଓଡି ୧୦ କେ ୦୨୩୮ ନମ୍ବର ବିଶିଷ୍ଟ ଆଉ ଗୋଟିଏ ଲୁହା ଛଡ ବୋଝେଇ ଟ୍ରକ ଆସି ଧକ୍କା ଦେଇଥିଲା। ଫଳରେ ଟାୟାର ସଜାଡୁଥିବା ଡ୍ରାଇଭରଙ୍କ ଉପରେ ଚକା ଚଡ଼ିଯାଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଧକ୍କା ଦେଇଥିବା ଟ୍ରକର କାଚରେ ଲୁହା ରଡ ପଶି ଡ୍ରାଇଭର ଦେହରେ ଫୁଟିଯାଇଛି। ଫଳରେ ଉକ୍ତ ଗାଡିରେ ନିଆଁ ଲାଗି ଯାଇଛି। ଡ୍ରାଇଭର ଗାଡିରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ସହ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ହସପିଟାଲ ପଠାଇ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *