ଅନୁଗୋଳ ଜିଲ୍ଲା ତୁମୁସିଙ୍ଗା ଥାନା ମହୁଲି ଓଟିପିସିଏଲ କଲୋନି ନିକଟରେ ସଡ଼କ ଦୁର୍ଘଟଣା ; ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: ଅନୁଗୋଳ ଜିଲ୍ଲା ତୁମୁସିଙ୍ଗା ଥାନା ମହୁଲି ଓଟିପିସିଏଲ କଲୋନି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇପଡିଛନ୍ତି । ମୃତକ ଦ୍ବୟ ହେଲେ ମହୁଲି ଗ୍ରାମର ସାଗର ସାହୁ ଓ ଅଘିରାଗୋଡା ଗ୍ରାମର ଶିବରାମ ବେହେରା। ସୂଚନା ଅନୁସାରେ କାମାକ୍ଷାନଗର ଆଡୁ ମହୁଲି ଗ୍ରାମର ସାଗର ସାହୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଖବର ପାଇ ତୁମୁସିଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇଥିବା ବେଳେ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁରୁତର ଦୁଇଜଣ ଦେଲେ ବାଇସାଙ୍ଗା ଗ୍ରାମର କାହ୍ନା ସାହୁ ଓ ଅଘିରାଗୋଡା ଗ୍ରାମର ବାପୁନ ସାହୁ।

Leave a Reply

Your email address will not be published. Required fields are marked *