ରୋଟାରୀ କ୍ଲବ ନିଉ ହୋରାଇଜନ କଳିଙ୍ଗ ପୁସ୍ତକ ମେଳା ସେବା ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର : ଅନ୍ୟତମ ମର୍ଯ୍ୟାଦାଜନକ ସେବା ଅନୁଷ୍ଠାନ ରୋଟାରୀ କ୍ଲବ ନିଉ ହୋରାଇଜନକୁ ଚଳିତ ବର୍ଷର ସମ୍ମାନଜନକ କଳିଙ୍ଗ ପୁସ୍ତକ ମେଳା ସେବା ସମ୍ମାନରେ ସମ୍ମାନିତ କରାଯାଇଅଛି । ଗତ ୨୫ ତାରିଖରେ କଳିଙ୍ଗ ପୁସ୍ତକ ମେଳା ମଞ୍ଚରେ ଅନୁଷ୍ଠିତ ସମ୍ମାନ ସମାରୋହର ମୂଖ୍ୟ ଅତିଥି ଛତିଶଗଡର ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମହୋଦୟଙ୍କ ହାତରୁ ଅନୁଷ୍ଠାନର ପ୍ରତିନିଧି ରୋଟରିଆନ ତରୁଲତା ଦ୍ୱିବେଦୀ ଉତ୍ତରୀୟ ସହ ସମ୍ମାନଫଳକ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ ବିଜୟାନନ୍ଦ ସିଂହ ଙ୍କ ସହ କଳିଙ୍ଗ ପୁସ୍ତକ ମେଳାର ସଂପାଦିକା ରୋଟାରୀଆନ ପିପି ରେଣୁକା ମିଶ୍ର ଉପସ୍ଥିତ ଥିଲେ ।

ଦୀର୍ଘବର୍ଷ ହେବ ରୋଟାରୀ କ୍ଲବ ନିଉ ହୋରାଇଜନ୍ ସାମାଜିକ କାର୍ଯ୍ୟ ସହ ଜଡ଼ିତ ଥାଇ ବହୁ ସୁନାମ ଅର୍ଜନ କରିଆସିଛି। ବିଶେଷ କରି ଶିକ୍ଷା, ସ୍ଵାସ୍ଥ୍ୟ ଓ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।

୨୬ ତମ କଳିଙ୍ଗ ପୁସ୍ତକ ମେଳା ୨୦୨୩ ନଭେମ୍ବର ୧୭ ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜଧାନୀର ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ହୋଇ ଯାଇଅଛି ।.

Leave a Reply

Your email address will not be published. Required fields are marked *