ଏକ ସୁନ୍ଦର ଭବିଷ୍ୟତ ପାଇଁ ଆବଶ୍ୟକ ସୁରକ୍ଷିତ ଆର୍ଥିକ ଯୋଜନା – ବେଦମତୀ ମହାପାତ୍ର ।

ଏକ ସୁନ୍ଦର ଭବିଷ୍ୟତ ପାଇଁ ଆବଶ୍ୟକ ଉତ୍ତମ ଆର୍ଥିକ ଯୋଜନା । ଯେଉଁ ଯୋଜନା ଆମକୁ ଆର୍ଥିକ ସାମାଜିକ ଏବଂ ବଞ୍ଚିବା ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ପ୍ରଦାନ କରିବ।ତେବେ ଏହି ଦିଗରେ କାର୍ଯ୍ୟ କରୁଥିବା ସେହି ସଫଳ ଆର୍ଥିକ ପରାମର୍ଶଦାତା ତଥା ଫିନୋଭିଜରର ପ୍ରତିଷ୍ଠାତା ଶ୍ରୀମତୀ ବେଦମତୀ ମହାପାତ୍ର । ବାଣିଜ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀମତୀ ମହାପାତ୍ର ଆର୍ଥିକ ସୁରକ୍ଷା,ନିବେଶ ଓ ସଞ୍ଚୟର ନୀତିକୁ ପ୍ରଥମେ ସେ ନିଜ ଘରୁ ଶିଖିଥିଲେ ନିଜ ମା ଓ ବାପାଙ୍କ ଜରିଆରେ । ମା’ଙ୍କ ଉତ୍ତମ ଆର୍ଥିକ ପରିଚାଳନାରୁ ସେ ଖୁବ୍ ପ୍ରେରିତ ହୋଇଥିଲେ ।

ନିଜର ସମସ୍ତ ଶିକ୍ଷା ପରେ ବ୍ୟାଙ୍କ,ବୀମା ଯୋଜନା,ମୁଚୁଆଲ ଫଣ୍ଡ୍ସ ନିବେଶ ଭଳି ବିଭିନ୍ନ ଆର୍ଥିକ ଅନୁଷ୍ଠାନ ବିଷୟରେ ଅନେକ ପ୍ରଶ୍ନର ସନ୍ଧାନରେ ଥିଲେ ବେଦମତୀ । ମାତ୍ର ୨୦୦୫ରେ ଯେତେବେଳେ ପ୍ରଥମେ ନିଜେ ମୁଚୁଆଲ ଫଣ୍ଡରେ ନିବେଶ କରି ଉପକୃତ ହେଲେ ସେହି ଦିନଠାରୁ ସେ ଆଗେଇ ଚାଲିଲେ ଆଜି ପର୍ଯ୍ୟନ୍ତ । ୨୦୦୬ରେ ଜଣେ ଅର୍ଥ ନିବେଶକ ଭାବେ ତାଙ୍କ ପାଖକୁ ଭଲ ଅର୍ଥରାଶି ମଧ୍ୟ ଆସିଲା । ମାତ୍ର ଦେଢ଼ ବର୍ଷ ଭିତରେ ସେ ବହୁତ ଉପକୃତ ମଧ୍ୟ ହେଲେ । ଯଦିଓ ସେ ସମୟରେ ମୁଚୁଆଲ ଫଣ୍ଡ ବିଷୟରେ ସାଧାରଣତଃ ଅନେକାଂଶ ସଚେତନ ନଥିଲେ । ୨୦୦୭ରେ ସେ ସ୍ୱାସ୍ଥ୍ୟ ବୀମା ପଲିସି କରିବାର ଯୋଜନା ମଧ୍ୟ କଲେ । ଶ୍ରୀମତୀ ବେଦମତୀ ଆର୍ଥିକ ନିବେଶ ତଥା (ଏମଏଫଡି)ର ଉପଯୋଗିତା ବିଷୟରେ ଏହି ମତ ଦିଅନ୍ତି ଯେ “ଏହି ଆର୍ଥିକ ପଲିସି ଆମକୁ ଚାକିରିର ଅବସର ବିନୋଦନ ପରେ ଖୁବ୍ ସାହାଯ୍ୟ କରେ କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟ ସୁରକ୍ଷା ତଥା ସମାଜର ନିମ୍ନ ବର୍ଗଙ୍କ ପାଖେ ଅସୁବିଧା ସମୟରେ ଏହା ବରଦାନ ରୂପେ କାର୍ଯ୍ୟ କରିଥାଏ ।”

ଫିନୋଭିଜର ବିଷୟରେ କିଛି-

ଏହା ଏକ ଆର୍ଥିକ ଅନୁଷ୍ଠାନ।ଯାହା ଶ୍ରୀମତୀ ବେଦମତୀ ମହାପାତ୍ର ଦ୍ୱାରା ପ୍ରତିଷ୍ଠିତ।ଲୋକଙ୍କ ଆର୍ଥିକ ଭବିଷ୍ୟ ସୁରକ୍ଷା ଦିଗରେ ଏହା କାର୍ଯ୍ୟରତ । ୧୫ ବର୍ଷରୁ ଉର୍ଦ୍ଧ୍ବ ଏହି ଅନୁଷ୍ଠାନ ହୋଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ବ ପରିବାରକୁ ନିଜର ଉପଯୋଗିତା ପ୍ରଦାନ କରିଛି । ଏହା ଅନେକ ଆର୍ଥିକ ସୁରକ୍ଷା ସେବା ପ୍ରଦାନ କରେ-ଟାକ୍ସ,ସ୍ୱାସ୍ଥ୍ୟ ବୀମା,ଅବସର ଯୋଜନା,ନିବେଶ,ଜୀବନ ସୁରକ୍ଷା,ମୁଚୁଆଲ ଫଣ୍ଡସ୍ ଇତ୍ୟାଦି।

ଆର୍ଥିକ ଯୋଜନାବିତ୍ ଭାବେ ବେଦମତୀ ସର୍ବଦା ନିଜର ନିବେଶକ ଙ୍କୁ ଉତ୍ତମ ଆର୍ଥିକ ଯୋଜନାର ବାଟ ଦେଖାଇଥାନ୍ତି।ସାଧାରଣ ବ୍ୟାଙ୍କରେ ଘଟୁଥିବା ସମସ୍ୟା ଯେମିତିକି ଟାର୍ଗେଟ ଓରିଏନ୍ତ (ଲକ୍ଷାଭିମୁଖୀ) ହେବା,ବ୍ୟାଙ୍କରେ କୌଣସି କ୍ଲାଇଣ୍ଡ ସେଲ୍ ନ ରହିବା ଇତ୍ୟାଦି । ଶ୍ରୀମତୀ ବେଦମତୀଙ୍କ ୧୫ ବର୍ଷରୁ ଉର୍ଦ୍ଧ୍ବ ଏହି କ୍ଷେତ୍ରରେ ଅଭିଜ୍ଞତା ରହିଛି । ଫଳରେ ନିବେଶକଙ୍କ ଆର୍ଥିକ ଅଭିବୃଦ୍ଧି ତଥା ଏହି ସଂକ୍ରାନ୍ତରେ ଲୋକଙ୍କୁ ଅନଲାଇନ ଜରିଆରେ ଆର୍ଥିକ ସାକ୍ଷରତା ସଚେତନତା ଭଳି ଶିବିରର ମଧ୍ୟ ଆୟୋଜନ କରିଛନ୍ତି ।

କେବଳ ସେତିକି ନୁହେଁ ନିଜର କମ୍ପାନୀ ଜରିଆରେ ଲୋକଙ୍କ ସୁବିଧା ଅନୁଯାୟୀ କେଉଁ ଦିଗରେ କର୍ପୋରେଟ୍,ମୁଚୁଆଲ,ଇନ୍ସୁରାନ୍ସ (ବୀମା) ଅର୍ଥ ବିନିଯୋଗ କରିବା ଆବଶ୍ୟକ ସେହି ଉପରେ ମଧ୍ୟ ଉପଦେଶ ଦେଇଥାନ୍ତି । ଆଗାମୀ ଦିନରେ ଓଡ଼ିଶା ପରିପ୍ରେକ୍ଷୀରେ (ଏମଏଫଡି)ର ସଚେତନତା ପାଇଁ ରାଜ୍ୟର ବିଭିନ୍ନ ଏମବିଏ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷା ଦେବାର ଲକ୍ଷ୍ୟ ରଖିଛନ୍ତି ଆର୍ଥିକ ପରାମର୍ଶବିତ ଶ୍ରୀମତୀ ବେଦମତୀ ମହାପାତ୍ର। ।

Leave a Reply

Your email address will not be published. Required fields are marked *