ଆମେ ନୁହେଁ ଏକା ଅନୁଷ୍ଠାନ ପକ୍ଷରୁ ସାମୁହିକ ବ୍ରତୋପୟନ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ଆମେ ନୁହେଁ ଏକା ଆନୁକୂଲ୍ୟରେ ଏକ ସାମୁହିକ ବ୍ରତୋପୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପୁରୁଣା ଭୁବନେଶ୍ୱର କେଦାରଗୌରୀ ମନ୍ଦିର ନିକଟସ୍ଥ ମା ଦୁନ୍ଦିଆ ଠାକୁରାଣୀ ପୀଠରେ ତିନିଜଣ ଗରିବ ବ୍ରାହ୍ମଣ ପରିବାରର ବାଳକଙ୍କ ବ୍ରତପନୟନ କର ଯାଇଥିଲା । ପୁରୀ, ରଣପୁର, ବ୍ରହ୍ମପୁରର ଏହି ତିନି ବାଳକଙ୍କୁ ସମସ୍ତ ରୀତିନୀତି ଅନୁସାରେ ବ୍ରତୋପୟନ କାର୍ଯ୍ୟ ସମ୍ପାଦନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ବୈକୁଣ୍ଠ ଭୋଇ, ମାନି ପଣ୍ଡା, ଟୁଲିଆ ଭାଇନା, ରୁଦ୍ର ସାମନ୍ତରାୟ, ଶୈଳଭାମା ଦାସ, ଚୁଲିଆ ସାହୁ, ପ୍ରଫୁଲ୍ଲ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଯୁବ ସମାଜସେବୀ ସଞ୍ଜୟ ପରିଡାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ସମାଜସେବୀ ବନ୍ଧୁ ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *