ମିଶନ ଓଡିଶା @ ୨୦୩୬ ରେ ଦୁର୍ନୀତି ମୁକ୍ତ ଓଡିଶା ଗଠନ ସଂକଳ୍ପ ଅଭିଯାନ

ଭୁବନେଶ୍ୱର : ୨୦୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରଣ ହେବ l ୧୯୩୬ ମସିହାରେ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ଗଠନ ପାଇଁ ନିଜକୁ ଉତ୍ସାର୍ଗୀକୃତ କରି ଥିବା ମହା ମନୀଷୀ ମାନେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ବାସ୍ତବିକ କେତେ ପୂରଣ ହୋଇଛି ତାହା ଆମକୁ ବେଶ ଜଣା l ସମସ୍ତ ସମ୍ପଦ ର ପ୍ରଚୁର୍ଯ୍ୟ ରେ ପରିପୂର୍ଣ ଏହି ରତ୍ନଗର୍ଭା ଓଡିଶା l ବିସ୍ତିର୍ଣ ବେଳାଭୂମି ରେ ଭରା ସମୁଦ୍ର ସମ୍ପଦ, ଜଙ୍ଗଲ ସମ୍ପଦ, ଖଣିଜ ସମ୍ପଦ, ଜଳ ସମ୍ପଦ, ମାନବ ସମ୍ବଳ ରେ ପରିପୂର୍ଣ ଉତ୍କଳ ଭୂମି l ହେଲେ ଆଜିବି ଆମେ ଦେଶରେ ଗରିବତମ ରାଜ୍ୟ ଭାବରେ ଗଣା ହଉଛେ l ମହାପୁରୁଷ ମାନେ ଯେଉଁ ବିକଶିତ ଓଡିଶା, ପ୍ରଗତିଶୀଳ ଓଡିଶା ର ପରିକଳ୍ପନା କରି ସେତେବେଳେ ଜୀବନ ଜଳାଞ୍ଜଳି ଦେଇଥିଲେ l ତାହା ପୂରଣ ନହେବାର ମୁଖ୍ୟ କାରଣ ହେଲା ଦୁର୍ନୀତି ଓ ଭ୍ରଷ୍ଟାଚାର l ଉନ୍ନତି ପାଇଁ ଯେତିକି ବ୍ୟୟ ବରାଦ ହେଉଛି ତାର ସିଂହ ଭାଗ ବାଟମାରଣା ହୋଇ ଯାଉଛି l ତଳ ସ୍ତରରେ ଅନାହାର, ଅପପୁଷ୍ଟି, ଦାରିଦ୍ର୍ୟ,ନିରକ୍ଷରତା ଓ ଆଜି ନଗଡା ଓ ଦାନ ମାଝୀ ଭଳି ଘଟଣା ଆମକୁ ବିଶ୍ୱ ଦରବାରରେ ନିନ୍ଦିତ କରି ଦେଇଛି l ଏହି ସମସ୍ୟା ର ମୂଳପ୍ତାଟନ ପାଇଁ ତଥା ଦୁର୍ନୀତି ମୁକ୍ତ ଓଡିଶା ଗଠନ ଉଦ୍ୟେଶରେ ମିଶନ ଓଡିଶା @ 2036 ପକ୍ଷରୁ ଜୟଦେବ ଭବନ ଠାରେ ଦୁର୍ନୀତି ମୁକ୍ତ ଓଡିଶା ଗଠନ ଶୀର୍ଷକ ଏକ ସଂକଳ୍ପ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି l ବାସୁଦେବ ଭଟ୍ଟଙ୍କ ସଂଚlଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନୋଜ ଜେନା କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କ ରେ କହିଥିଲେ l ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ଦେଇଥିଲେ l କାର୍ଯ୍ୟକ୍ରମ ରେ ଅତିଥି ରୂପେ ବାରବାଟୀ କଟକ ବିଧାୟକ ଇଂ ମହମଦ ମୋକିମ ଯୋଗ ଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମାରେ ପହଂଚିଛି l ନୀତି ନିର୍ଧାରଣ ଓ ଆଇନ ତଥା ବିଧେୟକ ପାରିତ କରୁଥିବା ବିଧାୟକ ମାନଙ୍କ ପାଣ୍ଠି ବିନିଯୋଗ ପାଇଁ ମଧ୍ୟ ୧୦ ରୁ ୧୫% ଅର୍ଥ ପି ସି ବା ଲାଞ୍ଚ କାରବାର ହେଉଛି l ଏଥିରୁ ଅନୁମାନ କରିବା ଯେ ଦୁର୍ନୀତି ବର୍ତମାନ ଚରମ ସୀମାରେ l ଶିକ୍ଷିତ ବେକାର ଯୁବକ ମାନେ ସରକାରୀ ପ୍ରମାଣ ପତ୍ର ପାଇଁ ତହସିଲ ଅଫିସକୁ ବହୁ ବାର ଦୌଡୁ ଥିବା ସହ ପଇସା ନଦେଲେ କିଛି ହଉ ନାହିଁ ବୋଲି କହିବl ସହିତ ଏହି ଲଢେଇ ରେ ସେ ଶତ ପ୍ରତିଶତ ସମର୍ଥନ ଦେବା ସହ ବିଧାୟକ ଥାଏ କି ନ ଥାଏ ଜୋରଦାର ଆନ୍ଦୋଳନ କରି ଓଡିଶା ବିକାଶ ପାଇଁ ଉତ୍ସାର୍ଗୀକୃତ କାର୍ଯ୍ୟ କରିବେ ବୋଲି ବକ୍ତବ୍ୟ ରଖିଥିଲେ l ନିର୍ବାଚନ କମିଶନଙ୍କ ପୂର୍ବତନ ଉପଦେଷ୍ଟା ଡ଼ଃ ଭଗବାନ ପ୍ରକାଶ ସମ୍ବିଧାନରେ ଥିବା ସମସ୍ତ ନୀତି ନିୟମ ଆଇନ କାନୁନ ଆଦି ସଠିକ କାର୍ଯ୍ୟକାରୀ ,ହେବା ଦରକାର l ସେଥିରେ ବ୍ୟତିକ୍ରମ ହୋଇ ଦୁର୍ନୀତି ଛିଡା ହୋଇଛି l ଜନସାଧାରଣଙ୍କୁ ସଚେତନ ଓ ସଜାଗ କରି ସେମାନଙ୍କୁ ଏହି ଉପଲବ୍ଧି ଆଣିବାକୁ ପଡିବ ଯେ ତାଙ୍କର ଅସୁବିଧା ପାଇଁ ଦୁର୍ନୀତି ଦାୟୀ l ସେମାନେ ଯେତେବେଳେ ଉପଲବ୍ଧି କରିବେ ଆମକୁ ଆମ ଲକ୍ଷ ସହଜ ହେବ l ନିଶା ନିବାରଣ ଅଭିଯାନର ସଭାପତି ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ କହିଥିଲେ ନିଶା ସମାଜ ର ପାଇଁ ଏକ ଅଭିଶାପ l ,ନିଶା ହେଉଛି ପ୍ରଗତି, ଉନ୍ନତି ର ବାଟ ଓଗାଳିବାର ମୁଖ୍ୟ ପ୍ରସଙ୍ଗ l ନିଶା ମଣିଷକୁ ବିବେକ ଶୂନ୍ୟ କରାଇ ପଶୁ ରେ ପରିଣତ କରିଦିଏ l ଅପରାଧ, ହିଂସା, ଦୁର୍ଘଟଣା ର ପ୍ରମୁଖ କାରଣ ହିଂସା l ଦୁର୍ନୀତି ଓ ଭ୍ରଷ୍ଟାଚାର ରୋକିବା ପାଇଁ ଆମକୁ ନିଶାମୁକ୍ତ ସମାଜ ଗଠନ ଉପରେ ଧ୍ୟାନ ଦେବାକୁ ପଡିବ l ବରିଷ୍ଠ ସାମ୍ବାଦିକ ତଥା ଉପେକ୍ଷିତ ଲୋକଙ୍କ ହୃଦୟର ଭାଷା କୁ ଠୋସ ଭାବେ ଉପସ୍ଥାପନା କରୁଥିବା ରବି ଦାସ ଦୁର୍ନୀତି ଭ୍ରଷ୍ଟାଚାର ରୋକିବାକୁ ଏକ କ୍ରାନ୍ତି ଆସିବl ଦରକାର ବୋଲି କହିଥିଲେ l ଦେଶରେ ବିଭିନ୍ନ ସମୟରେ ଅନେକ କ୍ରାନ୍ତି ଆସିଛି ବର୍ତମାନ ଦୁର୍ନୀତି ରୋକିବାକୁ ହେଲେ ସମସ୍ତଙ୍କୁ ଏକଜୁଟ ହୋଇ ଆଜିର ଦୁର୍ନୀତିଗ୍ରସ୍ତ ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ରେ ବ୍ୟାପକ ସୁଧାର ଆଣିବାକୁ ପଡିବ l ଲୋକଙ୍କୁ ମାଗଣା ଅତ୍ୟାବଶ୍ୟକ ସେବା ବା ଜିନିଷ ଯୋଗାଇ ଦିଆଯାଉ କିନ୍ତୁ ତତସହିତ ସାମଗ୍ରିକ ବିକାଶ ମଧ୍ୟ ଧ୍ୟାନ ଦେଇ ଆତ୍ମନିର୍ଭର, ରୋଜଗାର ପ୍ରଦାନ ଆଦି କ୍ଷେତ୍ର କୁ ବ୍ୟାପକ ଧ୍ୟାନ ଦେବାକୁ ପଡିବ l ରାଜ୍ୟରେ ପଂଚାୟତ୍ତିରାଜ ଓ ସହରାଞ୍ଚଳର ୬୦ %ନିର୍ବାଚିତ ପ୍ରତିନିଧି ମହିଳା l ହେଲେ ମହିଳା ହିଂସା ରେ ସାରା ଦେଶରେ ଓଡିଶା ଏକ ନମ୍ବର l ଆମେ ନାରୀ ପ୍ରଗତି ରେ କେଉଁଠି ନିଜକୁ ପ୍ରଶ୍ନ କରିବା ଦରକାର l ରାଜନୈତିକ ଦଳ ମାନଙ୍କ ପାଣ୍ଠି ର ସାର୍ବଜନୀନ ହେବା ଦରକାର l ଦୁର୍ନୀତି ର ବଡ଼ ଅଂଶ ବା ସିଂହ ଭାଗ ସେଠାରେ ରହିଛି l ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ଓ ଗଣ ସଂଗଠନ ର ନେତୃତ୍ୱ ମାନେ ଯୋଗ ଦେଇ ଆଗାମୀ ଦିନରେ ଓଡିଶା ର ବିକାଶ ପାଇଁ ଦୁର୍ବାର ଆନ୍ଦୋଳନ ଓ ଜଣଜାଗରଣ ପାଇଁ ଏକାଠି ଲଢ଼ିବାକୁ ଆହ୍ୱାନ ଦେଇଥିଲେ l ନବନିର୍ମାଣ କୃଷକ ସଂଗଠନ ର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ,ସୁପ୍ରିମ କୋର୍ଟ ଆଡ଼ଭୋକେଟ ବିରଜା ମହାପାତ୍ର,ପ୍ରୋଗ୍ରେସିଭ ଓମେନ ର ମମତା ସାମନ୍ତରାୟ, ସଚିନ ମହାପାତ୍ର, ଅଶୋକ ଜେନା, ନିରଦ ଖୁଣ୍ଟିଆ, ରଘୁନାଥ ମଣ୍ଡଳ, ଷ୍ଟାଲିନ ମିଶ୍ର, ଲକ୍ଷ୍ମୀ କାନୁନଗୋ, ପୁଣ୍ୟାଶ୍ଳୋକ ମହାନ୍ତି, ଲଳିତ ଶତପଥୀ,ବିନ୍ଦୁଶ୍ରୀ ଖଣ୍ଡାୟତରାୟ, ବିଜୟ ପ୍ରଧାନ, ମମତା ବେହେରା, କଳ୍ପତରୁ ସେନାପତି,ସଚିନ ମହାପାତ୍ର, ନିରୁପମା ରଥ ଆଦି ଉପସ୍ଥିତ ରହି ଆଗାମୀ ଦିନରେ ଓଡିଶା ବିକାଶ କ୍ଷେତ୍ରରେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ ଜୋରଦାର ସଂଗ୍ରାମ କରିବାକୁ ଶପଥ ନେଇଥିଲେ l ଆଗାମୀ ଦିନରେ ଏକ କାର୍ଯ୍ୟାନୁଷ୍ଠାନ କମିଟି କରାଯାଇ ତୃଣ ମୂଳ ପର୍ଯ୍ୟନ୍ତ ଦୁର୍ନୀତି ବିରୋଧୀ ସଂଗ୍ରାମ କରାଯିବ l କିଛି ବିଧାୟକ ଓ ସାଂସଦଙ୍କ ପାଣ୍ଠି ବିନିଯୋଗରେ ମଧ୍ୟ ୩୦ % ପର୍ଯ୍ୟନ୍ତ ରାଜନୈତିକ ଓ ପ୍ରଶାସନିକ ପି ସି କାରବାର ହେଉଛି, ବ୍ଲକ ରେ, ତହସିଲରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିର୍ଣ୍ଣ ଜାତିଗତ, ବାସସ୍ଥାନ ଓ ରୋଜଗାର ପ୍ରମାଣପତ୍ର ପାଇଁ ଲାଞ୍ଚ ନେବା ମଧ୍ୟ୍ୟ ଏକ ଘୃଣ୍ୟ କାର୍ଯ୍ୟ, ତେଣୁ ତା ବିରୁଦ୍ଧରେ ମଧ୍ୟ ଜୋରଦାର ଲଢେଇ ହେବ ବୋଲି ଆଜିର କାର୍ଯ୍ୟକ୍ରମର ଆବାହକ ବାସୁଦେବ ଭଟ୍ଟ ଆହ୍ୱାନ ଦେଇଥିଲେ l

Leave a Reply

Your email address will not be published. Required fields are marked *