ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ସଚିବ ତଥା ୧୯୮୬ ବ୍ୟାଚ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଆଉ ୬ ମାସ ବୃଦ୍ଧି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୬ ମାସ ବୃଦ୍ଧି ହୋଇଛି। ସେ ୨୦୨୩ ଫେବୃୟାରୀ ୨୮ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ ।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଲେଖା ଯାଇଥିବା ଚିଠିରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧିକୁ ଅନୁମୋଦନ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଗଷ୍ଟ ୧୦ ତାରିଖରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଶ୍ରୀ ମହାପାତ୍ରଙ୍କ ମୁଖ୍ୟ ସଚିବ ଭାବେ ଆଉ ୬ ମାସ ବୃଦ୍ଧି କରିବାକୁ ଚିଠି ଳେଖିଥିଲେ। ଶ୍ରୀ ମହାପାତ୍ରଙ୍କର କାର୍ଯ୍ୟକାଳ ଅଗଷ୍ଟ ୩୧ ତାରିଖରେ ଶେଷ ହେଉଛି। ସେ ୨୦୨୨ ଫେବୃୟାରୀ ୨୮ରେ ମୁଖ୍ୟ ସଚିବ ଭାବେ ସରକାରୀ ଚାକିରିରୁ ଅବସର ନେବା ପରେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ।

ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ୨୦୨୩ ଫ୍ରେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ିଲା କାର୍ଯ୍ୟକାଳ । ଅନୁମୋଦନ କଲେ କେନ୍ଦ୍ର ସରକାର । ଚଳିତ ମାସରେ ଶେଷ ହେଉଥିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ।

Leave a Reply

Your email address will not be published. Required fields are marked *