ପୁଣ୍ୟ ଉତ୍କଳ ପକ୍ଷରୁ “ଧର୍ମନିରପେକ୍ଷତା ବନାମ ଧର୍ମାନ୍ଧତା” ଶୀର୍ଷକ ଆଲୋଚନାଚକ୍ର
ଭୁବନେଶ୍ବର : ସେବା, ମା ଓ ମାଟି ପ୍ରତି ଉତ୍ସର୍ଗୀକୃତ ଅନୁଷ୍ଠାନ “ପୁଣ୍ୟ ଉତ୍କଳ” ତରଫରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟ ଠାରେ “ଧର୍ମନିରପେକ୍ଷତା ବନାମ ଧର୍ମାନ୍ଧତା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଶ୍ରୀଯୁକ୍ତ ଶ୍ରୀରାମ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଭଗବାନ ପ୍ରକାଶ ଉଦଘାଟନ କରିଥିବା ବେଳେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୋଚନାଚକ୍ର ସମ୍ପର୍କିତ ମତାମତ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ରାଜ୍ୟ ସୂଚନା କମିଶନର ଶ୍ରୀଯୁକ୍ତ ଜଗଦାନନ୍ଦ, ବିଶିଷ୍ଟ ଶିକ୍ଷାବିତ୍ ଡ ରବୀନ୍ଦ୍ର କୁମାର ଶତପଥି, ପୂର୍ବତନ ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ତ୍ରିପାଠୀ, ସୁନାମଧନ୍ୟ ଚିକିତ୍ସକ ଡ଼ଃ ଦିଲ୍ଲୀପ ମହାପାତ୍ର ପ୍ରମୁଖ୍ୟ ବରେଣ୍ୟ ଅତିଥିଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପୁଣ୍ୟ ଉତ୍କଳର ପ୍ରତିଷ୍ଠାତା ମନୋରଞ୍ଜନ ମହାପାତ୍ର କାର୍ଯକ୍ରମ ସମ୍ପର୍କରେ ସୂଚନା ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମର ଅପରାହ୍ନ ଅଧିବେଶନରେ ପ୍ରଫେସର ଡ଼ ଶଶାଙ୍କ ଶେଖର ଚୁଡ଼ାମଣୀଙ୍କ ଅଧକ୍ଷତାର ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହେବା ସହିତ କାଶ୍ମୀର ପହାଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଦ୍ଵାରା ମୃତ୍ୟ ବରଣ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯାଇଥିଲା ।
ଏହି ଅବସରରେ ସାପ୍ତାହିକ ସମ୍ବାଦ ଓ ସାହିତ୍ୟ ପତ୍ର “ପୁଣ୍ୟ ଉତ୍କଳ” ର ଚଳିତ ସଂଖ୍ୟା ବରେଣ୍ୟ ଅତିଥିମାନଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା।