ଓଡ଼ିଶା ହାଇକୋର୍ଟରେ ନୂତନ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟରେ ଯୋଗ ଦେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ

ଓଡ଼ିଶା ହାଇକୋର୍ଟରେ ନୂତନ ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟରେ ଯୋଗ ଦେଲେ ବରିଷ୍ଠ ଆଇନଜୀବୀ #ପୀତାମ୍ବର_ଆଚାର୍ଯ୍ୟ। ନୂଆ ସରକାରଙ୍କ ନୂଆ ଆଡଭୋକେଟ ଜେନେରାଲ ପୀତାମ୍ୱର ଆଚାର୍ଯ୍ୟ। କିଛି ଦିନ ପୂର୍ବରୁ ମୋହନ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ପୀତାମ୍ୱରଙ୍କୁ ନୂତନ ଏଜି ଭାବେ ନିଯୁକ୍ତି ଦିଆଯାଇଥିଲା।

କାର୍ଯ୍ୟରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପୀତାମ୍ବର ଆଚାର୍ଯ୍ୟ। ବିନା ପକ୍ଷପାଖିତା, ନିରପେକ୍ଷ ଭାବରେ ଦାୟିତ୍ଵ ତୁଲେଇବି। ଓଡ଼ିଶାବାସୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବି। ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ମୋହନ ସରକାରଙ୍କ ପ୍ରଥମ ପ୍ରାଥମିକତା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *