ଦୁର୍ନୀତିଗ୍ରସ୍ତ ଓ ଅପାରଗତା ପାଁଇ ଆଉ ୬ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଦୁର୍ନୀତିଗ୍ରସ୍ତ ଓ ଅପାରଗତା ପାଁଇ ଆଉ ୬ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଜଣେ ମୁଖ୍ୟଯନ୍ତ୍ରୀ, ୩ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ୨ ବିଇଓଙ୍କୁ ଚାକିରିରୁ ବରଖାସ୍ତ । ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନିଲ ପଣ୍ଡା, ବ୍ରହ୍ମପୁରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଭୁବନେଶ୍ବରର ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୀପକ ଭୁୟାଁ ଓ ପ୍ରଶାନ୍ତ ମିଶ୍ର, ରାୟଗଡ଼ା ଗୁଣୁପୁରର ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା, ଗଜପତି ନୂଆଗଡ଼ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଏଯାଏ ୧୬୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେଣି ରାଜ୍ୟ ସରକାର |

Leave a Reply

Your email address will not be published. Required fields are marked *