ନିର୍ବାଚନରେ ବାଲାଟ ପେପର ବ୍ୟବସ୍ଥା ଫେରାଇ ଆଣିବାକୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନିର୍ବାଚନରେ ବାଲାଟ ପେପର ବ୍ୟବସ୍ଥା ଫେରାଇ ଆଣିବାକୁ ହୋଇଥିବା ଆବେଦନ ଖାରଜ। ଆଜି ସର୍ବୋଚ୍ଚ ଅଦାଲତ ଏ ଉପରେ ଶୁଣାଣି କରି ଆବେଦନକୁ ଖାରଜ କରିବା ସହ EVM ଜରିଆରେ ହିଁ ଭୋଟିଂ ହେବ ବୋଲି କହିଛନ୍ତି।

ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରାଏଲ୍ (VVPAT) ସ୍ଲିପ୍ ସହିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା, ଯାହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।

ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରି ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହ ନିର୍ବାଚନରେ ବାଲାଟ ପେପରର ପୁନଃ ବ୍ୟବହାର କରିବାକୁ ହୋଇଥିବା ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ।

Leave a Reply

Your email address will not be published. Required fields are marked *