ଲଳିତ ମୋଦିଙ୍କ ସହ ଡେଟ୍ ଉପରେ ଏମିତି କହିଲେ ସୁସ୍ମିତା : ନା ବିବାହ, ନା ରିଙ୍ଗ, କେବଳ…

ନୂଆଦିଲ୍ଲୀ; ସୁସ୍ମିତା ସେନ୍ ତାଙ୍କ ରିଲେସନସିପକୁ ନେଇ ଏବେ ହେଡଲାଇନରେ ଅଛନ୍ତି । ନିକଟରେ ଲଲିତ ମୋଦି ସୁସ୍ମିତା ସେନଙ୍କ ସହ ସମ୍ପର୍କରେ ଥିବା ସୋସିଆଲ ମିଡିଆରେ ସେୟାର କରିଥିଲେ । ସେ ସୁସ୍ମିତା ସେନଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଥିଲେ । ସେହି ଫଟୋକୁ ନେଇ ଅନୁମାନ କରାଯାଉଥିଲା କି, ଲଳିତ ମୋଦି ଏବଂ ସୁସ୍ମିତା ସେନ୍ ହୁଏତ ବିବାହ କରି ସାରିଛନ୍ତି , କିନ୍ତୁ ବର୍ତ୍ତମାନ ପୂର୍ବତନ ମିସ୍ ୟୁନିଭର୍ସ ସମସ୍ତ କଳ୍ପନାଜଳ୍ପନାକୁ ଦୂର କରି ନିଜ ଝିଅମାନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ସୁସ୍ମିତା ସେନ୍ ଲେଖିଛନ୍ତି, ‘ମୁଁ ମୋର ଜୀବନରେ ଖୁସିରେ ଅଛି । ନା କାହାସହ ବିବାହ ହୋଇଛି , ନା କାହାଠାରୁ ରିଙ୍ଗ ପିନ୍ଧିଛି । ମୁଁ କୌଣସି ସର୍ତ୍ତ ନଥିବା ପ୍ରେମ ଦୁନିଆରେ ଅଛି । ବହୁତ ହୋଇଗଲା ସ୍ପଷ୍ଟୀକରଣ ଦେବା, ବର୍ତ୍ତମାନ କାମକୁ ଫେରିବା ନିଜ ଦୁନିଆକୁ ଫେରିବା । ମୋର ଖୁସିର ଏକ ଅଂଶ ହୋଇଥିବାରୁ ଧନ୍ୟବାଦ ଏବଂ ଯେଉଁମାନେ ହୋଇନାହାନ୍ତି ସେମାନଙ୍କୁ ବି ଧନ୍ୟବାଦ । ଯାହା ବି ହେଉ, ଆପଣଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ । ସମସ୍ତ କଳ୍ପନା ଜଳ୍ପନାରେ ରୋକ୍ ଲଗାଇବା ପାଇଁ ଏହିଭଳି ଲେଖିଛନ୍ତି ସୁସ୍ମିତା ।

ଗୁରୁବାର ବିଳମ୍ବିତ ରାତିରେ ଲଳିତ ମୋଦି ସୁସ୍ମିତାଙ୍କ ସହ ଡେଟ୍ କରୁଥିବା ଘୋଷଣା କରିଥିଲେ। ଏଥିସହିତ ଉଭୟ ଶୀଘ୍ର ବିବାହ କରିବେ ବୋଲି ସେ ଆଶା ମଧ୍ୟ ପ୍ରକାଶ କରିଥିଲେ। ଲଳିତ ମୋଦି ଏବଂ ସୁସ୍ମିତା ସେନଙ୍କ ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବଂ ଦୁହିଁଙ୍କ ସମ୍ପର୍କକୁ ନେଇ କଟାକ୍ଷ ମଧ୍ୟ କରିଥିଲେ ଲୋକେ। ସୂଚନାନୁସାରେ ଗତ ବର୍ଷ ସୁସ୍ମିତା ସେନ୍ ରୋହମନଙ୍କ ସହ ବ୍ରେକଅପ୍ କରିଥିଲେ। ସେ ତାଙ୍କ ପ୍ରେମିକଙ୍କ ସହିତ ଏକ ଫଟୋ ସେୟାର କରି ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *