୫ କୋଟି ୧୦ ଲକ୍ଷ ଟଙ୍କା ମାନହାନୀ ମାମଲା ଦାୟର କଲେ ପ୍ରକୃତି ମିଶ୍ର; ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ କଲେ ମକଦ୍ଦମା

ଭୁବନେଶ୍ୱର; ଅଭିନେତ୍ରୀ ପ୍ରକୃତି ମିଶ୍ର ୫ କୋଟି ୧୦ ଲକ୍ଷ ମାନହାନୀ ମାମଲା ଦାୟର କରିଛନ୍ତି । ବାବୁସାନଙ୍କ ସ୍ତ୍ରୀ ଓ ତାଙ୍କ ଶ୍ବଶୁରଙ୍କ ନାଁ ରେ ସେ ଏକ ମକଦ୍ଦମା ଦାୟର କରିଛନ୍ତି । ଗତମାସରେ ବାବୁସାନଙ୍କ ସହିତ ପ୍ରକୃତି ମିଶ୍ର କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚେନ୍ନାଇ ଯାଉଥିଲେ । ଏହି ସମୟରେ ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁର ପହଞ୍ଚି ଗାଡ଼ିକୁ ଅଟକାଇ ଥିଲେ। ତୃପ୍ତି ପ୍ରକୃତିଙ୍କୁ ଗାଡ଼ି ଭିତରେ ଚୁଟି ଭିଡିବା ସହ ଗାଳି କରିଥିଲେ। ଟଣା ଓଟରା କରିଥିଲେ । ବାବୁସାନଙ୍କ ସହିତ ପ୍ରକୃତିଙ୍କ ସମ୍ପର୍କକୁ ନେଇ ତୃପ୍ତି ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା ।

ଆଜି ଭୁବନେଶ୍ୱର କୋର୍ଟରେ ମାନହାନୀ ମାମଲା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ମୋଟ୍‌ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି । ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ମୋକଦ୍ଦମା ଦାୟର କରାଯାଇଛି । ସେମାନଙ୍କ ବ୍ୟତୀତ ଅନ୍ୟ ଆଠ ଜଣଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା କରାଯିବ । କିନ୍ତୁ ସେମାନେ ଚିହ୍ନଟ ହୋଇନଥିବାରୁ ତାଙ୍କ ନାଁ ଦିଆଯାଇ ନାହିଁ । ସେହିପରି ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ପ୍ରକୃତି ମିଶ୍ର । ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଓ ତାଙ୍କ ମାନସମ୍ମାନ ଓ ଇଜ୍ଜତକୁ ଆଞ୍ଚ ଆସିବା ପରି ନ୍ୟୁଜ୍‌ ପ୍ରସାରଣ ହୋଇଥିବାରୁ ପକ୍ଷଭୁକ୍ତ କରିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *