ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ବିଜେଡିରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା । ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦେଲେ ଇସ୍ତଫା ।

ଦଳର ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ଦେଇଥିବା କହିଲେ ପ୍ରେମାନନ୍ଦ।

କିଛି ଦିନ ପୂର୍ବରୁ ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ବି‌ଜେଡି ଛାଡ଼ି ଦେଇଛନ୍ତି କି ବୋଲି ଚର୍ଚ୍ଚା ଜୋର ଧରିଥିଲା । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ରାଜନୈତିକ ସଭାରେ ଦଳର ସବୁ ବିଧାୟକ ଓ ନେତା ଯୋଗଦେଇଥିବା ବେଳେ ପ୍ରେମାନନ୍ଦ ଅନୁପସ୍ଥିତି ରହିଥିଲେ । କେନ୍ଦୁଝରରରେ ଅନେକ ସମାବେଶରେ କେନ୍ଦୁଝର ଜିଲ୍ଲା ବିଜେଡିର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା, ବିଧାୟକ ଉପସ୍ଥିତ ରହୁଥିଲେ । ମାତ୍ର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ସମାବେଶରେ ଦେଖିବାକୁ ମିଳୁନଥିଲା।

ଚର୍ଚ୍ଚା ଚାଲିଥିଲା ଯେ ତିନିମାସ ତଳୁ ପ୍ରେମାନନ୍ଦ ଦଳର ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। କିନ୍ତୁ ଏନେଇ ବିଜେଡିରୁ କେହି ମୁହଁ ଖୋଲି ନଥିଲେ।

Leave a Reply

Your email address will not be published. Required fields are marked *