ମଣିପୁରରେ ଆତଙ୍କବାଦୀ ଆକ୍ରମଣ: କମାଣ୍ଡିଂ ଅଫିସରଙ୍କ ସମେତ ୬ଜଣଙ୍କ ମୃତ୍ୟୁ

ଇମ୍ଫାଲ: ପୁଣି ମଣିପୁରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ। ସେଠାରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିବା ଫଳରେ ୪ଜଣ ଯବାନଙ୍କ ସହ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ମଣିପୁର ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ଓ ତାଙ୍କ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣା ଶନିବାର ସକାଳ ୧୦ ଟାରେ ଘଟିଥିଲା । ସେଖନ-ବୋହିଅଙ୍ଗ ପୁଲିସ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିଲା । ୪୬ ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ନିଜ ପରିବାର ସହିତ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଗାଡି ଉପରକୁ ହଠାତ ଆକ୍ରମଣ କରିଥିଲେ । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ପତ୍ନୀଙ୍କ ସହ ମୋଟ ୬ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କମାଣ୍ଡିଂ ଅଫିସରଙ୍କୁ ମିଶାଇ ୪ଜଣ ଯବାନ ଏବଂ କମାଣ୍ଡିଂ ଅଫିସରଙ୍କ ପରିବାରର ୨ଜଣ ସଦସ୍ୟ ଥିବା ଜଣାପଡ଼ିଛି। ହେଲେ ସେନା ତରଫରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ମଣିପୁର ମୁଖ୍ୟମନ୍ତ୍ରୀ ନଙ୍ଗଥମ୍ବମ୍ ବିରେନ୍ ସିଂ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହାସହ ଏଭଳି ଘୃଣ୍ୟ କାମ କରିଥିବା ଆତଙ୍କବାଦୀଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *