କାଳିଜାଇଙ୍କ ଦର୍ଶନ ଲାଗି ଯିବା ବେଳେ ଘନ କୁହୁଡି ଯୋଗୁ ମଝି ଚିଲିକାରେ ଫସିଲା ଡଙ୍ଗା

ବାଲୁଗାଁ: କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯାଉଥିବା ବେଳେ ଅଘଟଣ। ଯାତ୍ରୀମାନେ ଡଙ୍ଗାରେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ଆଜି ସକାଳେ ଘନକୁହୁଡ଼ିରେ ଚିଲିକା ମଝିରେ ଉକ୍ତ ଡଙ୍ଗାଟି ଫସିଯାଇଥିଲା।ଗଡ଼ ଜେଟିରୁ ଏହି ଡଙ୍ଗାରେ୨୫ରୁ ଅଧିକ ଶ୍ରଦ୍ଧାଳୁ ଯାଉଥିଲେ। ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫସିଥିବା ସୂଚନା ରହିଛି। ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫସିଥିବା ଜଣାପଡ଼ିଛି ।

ଏହି ଖବର ପାଇବା ପରେ ସ୍ଥାନୀୟ ଏସଡିପିଓ କହିଛନ୍ତି, ଏବେ ବାଲୁଗାଁରୁ କାଳିଜାଇଙ୍କ ପାଖକୁ ଯିବା ଡଙ୍ଗା ଉପରେ କଟକଣା ଜାରି କରାଯାଇଛି। କୁହୁଡ଼ି କମିଲେ ପୁଣି ଡଙ୍ଗା ଚଳଚଳକୁ ଅନୁମତି ଦିଆଯିବ।

Leave a Reply

Your email address will not be published. Required fields are marked *