ଦେଶର ମହାନ ଫୁଟବଲ ତାରକା ସୁବାସ ଭୌମିକଙ୍କ ୭୩ ବର୍ଷ ବୟସରେ ପରଲୋକ

କୋଲକାତା: ମହାନ ଫୁଟବଲ ତାରକା ତଥା ଭାରତୀୟ ଫୁଟବଲ ଟିମ୍‌ର ପୂର୍ବତନ କୋଚ୍‌ ସୁଭାସ ଭୌମିକଙ୍କର ଆଜି ସକାଳେ ପରଲୋକ ଘଟିଛି । ଗତ ୩ ମାସ ଧରି କିଡନୀ ରୋଗରେ ପୀଡ଼ିତ ଥିବା ସୁବାସଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋଲକାତା ହିସପିଟାଲରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଭାରତୀୟ ଫୁଟବଲ ଟିମ୍ ପୂର୍ବତନ ଖେଳାଳି ସୁବାସ ୧୯୭୦ ଏସିଆନ ଗେମସ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ଅନେକ ବଡ଼ ବଡ଼ ଫୁଟବଲ୍ କ୍ଲବରେ ଷ୍ଟ୍ରାଇକର ଏବଂ ଖେଳାଳି ଭାବେ ଯୋଗ ଦେଇ ବେଶ ରେକର୍ଡ଼ ଅର୍ଜନ କରିଛନ୍ତି । ଏହି ସବୁ କ୍ଲବ ମଧ୍ୟରେ କୋଲକାତା ଜାଏଣ୍ଟ, ମୋହନ ବାଗନ, ଇଷ୍ଟ ବେଙ୍ଗଲ ଏବଂ ମହମ୍ମେଦାନ ସ୍ପୋର୍ଟିଂ କ୍ଲବ ଆଦି ରହିଛି।

୧୯୭୯ରେ ଫୁଟବଲ କ୍ୟାରିୟରରୁ ସେ ସନ୍ନ୍ୟାସ ନେଇଥିଲେ। ପରେ ଭାରୀତୀୟ ଟିମ୍‌ରେ ଜଣେ ସଫଳ କୋଚ୍‌ ଭାବେ ଯୋଗ ଦେଇଥିଲେ। ୨୦୦୩ରେ ଏସିଆନ୍‌ ଟାଟଇଲ ପାଇଁ ଇଷ୍ଟ ବେଙ୍ଗଲ ତରଫରୁ ଲିଡ୍‌ କରି ସଫଳ ହୋଇଥିଲେ। କିଡନୀ ରୋଗରେ ପୀଡ଼ିତ ଥିବା ସୁବାସ କୋଲକାତାର ଇକବାଲପୁର ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେ ମଧ୍ୟ କୋଭିଡ୍-୧୯ରେ ପୀଡ଼ିତ ଥିଲେ। ହେଲେ ଆଜି ତାଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେନ ସଭାପତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ତାଙ୍କ ଜମାନାରେ ସୁବାସ ଭୌମିକ ଜଣେ ଦକ୍ଷ ଓ ପାରଦର୍ଶୀ ଖେଳାଳି ଥିଲେ। ଭାରତୀୟ ଫୁଟବଲ ଟିମ୍ ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କୁ କେବେ ଭୁଲି ହେବନି। ତାଙ୍କ ପରିବାର ପ୍ରତି ମୋର ଗଭୀର ଶ୍ରଦ୍ଧା ଓ ସମବେଦନା ରହିଛି ବୋଲି ଅଲ ଇଣ୍ଡିଆ ଫୁଟବଲ ଫେଡେରେନ ସଭାପତି ପ୍ରଫୁଲ ପଟେଲ କହିଛନ୍ତି।

Leave a Reply

Your email address will not be published. Required fields are marked *