କରୋନା କଟକଣା ପାଇଁ ଫିକା ପଡିଯାଇଛି କାର୍ତ୍ତିକ ପୂର୍ଣ୍ଣିମା

ପୁରୀ : ଧର୍ମମାସ କାର୍ତ୍ତିକର ଆଜି ଶେଷ ଦିନ । ମାସକ ଯାକ ନିଷ୍ଠାର ସହ ବ୍ରତ ପାଳୁଥିବା ହବିଷ୍ୟାଳୀ ଆଜି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ବ୍ରତ ଶେଷ କରିଥାନ୍ତି। ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା । ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଫଳରେ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା । କରୋନା କଟକଣା ଯୋଗୁ କିଛି ସ୍ଥାନରେ ବୋଇତ ବନ୍ଦାଣ ବନ୍ଦ ଥିବା ବେଳେ ଆଉ କେତେକ ସ୍ଥାନରେ କଟକଣାକୁ ଫୁ କରି ଲୋକେ ବୋଇତ ଭସାଣ କରିଥିବା ଦେଖିବାକୁ ମିଳିଛି । ପୁରୀ ସମୁଦ୍ର ବେଳାଭୂମୀରେ ଲୋକେ ଡଙ୍ଗା ଭସାଣ କରୁଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା ପରମ୍ପରା ରହିଛି । ତେଣୁ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥାଏ ।

Leave a Reply

Your email address will not be published. Required fields are marked *