ପାରିବାରିକ କଳହକୁ ନେଇ ସ୍ୱାମୀକୁ ଛୁରୀ ମାରି ହତ୍ୟା କଲା ଦ୍ଵିତୀୟ ସ୍ତ୍ରୀ ; ସ୍ତ୍ରୀ କୁ ଗିରଫ କଲା ଆଠଗଡ ପୋଲିସ୍

ଆଠଗଡ଼ : ସ୍ୱାମୀଙ୍କ ତଣ୍ଟିକାଟିଦେଲା ଦ୍ୱିତୀୟ ସ୍ତ୍ରୀ। ଏପରି ଅଭିଯୋଗ କଟକ ଜିଲ୍ଲା ଆଠଗଡ଼ରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ଼ର ମଙ୍ଗୁଳି ନାୟକ ବାସ କରନ୍ତି। ତାଙ୍କର ଦୁଇଟି ସ୍ତ୍ରୀ। ଆଜି କୌଣସି କଥାକୁ ନେଇ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା। ଠିକ୍‌ ଏହି ସମୟରେ ମଙ୍ଗୁଳିଙ୍କୁ ତାଙ୍କ ଦ୍ୱିତୀୟ ସ୍ତ୍ରୀ ରୀନା ଆକ୍ରମଣ କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ମଙ୍ଗୁଳିଙ୍କ ବେକ କାଟି ଦେଇଥିଲେ ରୀନା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଦ୍ୱିତୀୟ ପତ୍ନୀ ରୀନାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *