ବାଲୁଙ୍କେଶ୍ଵର ରାମନାଟ୍ୟ ପରିବାରର ତୃତୀୟ ବାର୍ଷିକ ଉତ୍ସବ ପାଳିତ

ବାଙ୍କି: ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁରଗ୍ରାମର ବାବା ବାଲୁଙ୍କେଶ୍ୱର ରାମନାଟ୍ୟ ପରିବାରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆରକ୍ଷୀ ବିଭାଗର କର୍ମଚାରୀ ଜଗନ୍ନାଥ ପରିଡ଼ା, ମୂଖ୍ୟବକ୍ତା ଭାବେ ସମାଜସେବୀ ବିନୋଦ ଚନ୍ଦ୍ର ଦାଶ, ଶିକ୍ଷାବିତ୍ ବନମାଳୀ ରାଉତ, ସାମାଜିକ କର୍ମୀ ନିରଞ୍ଜନ ସାହୁ, ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାପାତ୍ର ନାଟ୍ୟକାର ଓ ନିର୍ଦ୍ଦେଶକ ନିରଞ୍ଜନ ମହାପାତ୍ର, ଯୁବ ସଂଗଠକ ସୁର ପଢିଆରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାଁର ପ୍ରତିଭାକୁ ଲୋକଲୋଚନକୁ ଆଣିଥିବା ବାଲୁଙ୍କେଶ୍ୱର ରାମନାଟ୍ୟ ପରିବାରକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସଭାପତି ସମର କେଶରୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ବାସବ ରାଜେଶଶ୍ୱର ରୁଦ୍ରବଂଶୀ ବାର୍ଷିକ ବିବରଣୀ ଓ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଚିତ୍ରାନନ୍ଦ ମହାପାତ୍ର । ଗାଁର କୁନି କୁନି କଳାକାର ଅଲିଶା ପ୍ରିୟଦର୍ଶିନୀ ସାହୁ, ସାଇଶ୍ରଦ୍ଧା ମହାପାତ୍ର, ଖୁସି ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଲଙ୍କା ଦହନ ଓ ”ବାଳିବଧ” ନାଟକ ମଞ୍ଚସ୍ଥ କରାଯାଇଥିଲା |

Leave a Reply

Your email address will not be published. Required fields are marked *