ରେଡ଼ିଓ ସହ ସ୍ମରଣୀୟ ଫଟୋ ଉଠାଇ ଜିତିଲେ ପୁରସ୍କାର : ସାମାଜିକ ଅନୁଷ୍ଠାନ ର ନିଆରା ପ୍ରୟାସ

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ଓ PECT ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ବିଶ୍ୱ ରେଡ଼ିଓ ଦିବସ | ଏହି ଅବସରରେ ଆରମ୍ଭ କରାଯାଇଥିବା ପ୍ରତିଯୋଗିତାର ଉଦଯାପନୀ ଦିବସ ଆଜି ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ଏସିଆ କମୁନିଟି ରେଡ଼ିଓ ସଂସ୍ଥା ର ଅନ୍ୟତମ ସଦସ୍ୟ ଏନ.ଏ.ସାହା ଅନସାରୀ ଏବଂ ବିଶିଷ୍ଟ ସମାଜସେବୀ ଓ ଶୁଶ୍ରୁତ ହସ୍ପିଟାଲରା CEO D. Chidatmika khatua ଅତିଥିଭାବେ ଯୋଗଦେଇ ରେଡ଼ିଓ ସହ ହୋଇଥିବା ଫୋଟୋ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ | ଏହି କାର୍ଯ୍ୟକ୍ରମରେ କୁନି କଳାକାର ମାନଙ୍କ ସଂଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲା | ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ, ଶ୍ରୀମତୀ ପୁର୍ଣିମା ପଟ୍ଟନାୟକ ଓ ଶ୍ରୀ ସନତ କୁମାର ପତି ପ୍ରମୁଖ ସଂଗୀତ ପରିବେଷଣ କରି କାର୍ଯ୍ୟକ୍ରମଟିକୁ ବେଶ ସ୍ମରଣୀୟ କରିଥିଲେ | ସମସ୍ତଙ୍କ ସହଯୋଗ ନେଇ କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ ଅନୁଷ୍ଠାନ ପକ୍ଷରୁ ଡ଼. ମମତା ଦାଶ ଓ ଶ୍ରୀମତୀ ତପସ୍ୱିନୀ ପଣ୍ଡା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *