ଅକ୍ଷୟ ଯୁବ ସଂଘ ତରଫରୁ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ : ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ଧିରେନ୍ଦ୍ର ପରିଡ଼ା ଙ୍କ ପୁତ୍ର ଦିବ୍ୟଜିତ୍ ପରିଡ଼ା ଏ-1 ପାଇଥିବାରୁ ତାକୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ ଅନୁଷ୍ଠାନ ଅକ୍ଷୟ ଯୁବ ସଂଘର ଆବାହକ ଅବିନାଶ ପଟ୍ଟନାୟକ ଶ୍ରୀ ପରିଡ଼ାଙ୍କ ଦୁଲଣାପୁର ସ୍ଥିତ ବାସଭବନରେ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ନିରଞ୍ଜନ ସାହୁ, ଦିବ୍ୟଜିତଙ୍କ ମାତା ପୁଷ୍ପଲତା ପରିଡ଼ା ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପରିଡ଼ା, ଶିକ୍ଷାବିତ୍ ସମର କେଶରୀ ମହାପାତ୍ର, ତପନ ରଣା, ନାଟ୍ୟକାର ବିଚିତ୍ରାନନ୍ଦ ମହାପାତ୍ର, ସମାଜସେବୀ ମୁକେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *