ଆଜି ମହାସପ୍ତମୀ ତିଥିରେ ଦକ୍ଷିଣମୋଡ଼ ନେବେ ତିନି ରଥ

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠୁ ପୁରୀରେ ପ୍ରସ୍ତୁତି ଆରମ୍ଭ ହେବ । ଆଜି ମହାସପ୍ତମୀ ତିଥି ଅବସରରେ ଶରଧାବାଲିରେ ତିନି ରଥଙ୍କୁ ଦକ୍ଷିଣ ମୋଡ କରାଯିବ । ମିଳିଥିବା ସୂଚନା ଅନୁଯାୟୀ ମଧ୍ୟାହ୍ନ ୧୨ଟା ସୁଦ୍ଧା ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା ପରେ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଳ, ଭଉଣୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ। ବିଜେ କାହାଳୀ ବାଜିବା ପରେ ଆରକ୍ଷୀ ବାହିନୀ ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ପରେ ବଳଭଦ୍ରଙ୍କ ତାଳଧ୍ୱଜ ଦକ୍ଷିଣ ମୋଡ଼ ହେବ । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନାକଚଣା ଦ୍ୱାର ଅଭିମୁଖେ ଗଡିବ |

Leave a Reply

Your email address will not be published. Required fields are marked *