ଆଜି ଦେଶରେ ୧୩ ହଜାର ୪୫୧ ଆକ୍ରାନ୍ତ ୫୮୫ ମୃତ

ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୪୫୧ ଆକ୍ରାନ୍ତ ଚିହ୍ନଟ, ୫୮୫ ମୃତ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୫ ହଜାର ୬୫୩କୁ ବୃଦ୍ଧି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୦ ଲ୪ ୯୪ ହଜାର ୩୭୩ । ଏଯାଏ ସୁସ୍ଥ ହେଲେଣି ୩ କୋଟି ୩୫ ଲକ୍ଷ ୯୭ ହଜାର ୩୩୯ ଆକ୍ରାନ୍ତ । ୧ ଲକ୍ଷ ୬୨ ହଜାର ୬୬୧ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ । ରାଜ୍ୟରେ ଦିନକରେ ଆଉ ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ । ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । ଅନୁଗୁଳ ଏବଂ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୩୧୮କୁ ବୃଦ୍ଧି ସଂଗରୋଧରୁ ୩୧୮ ଓ ସ୍ଥାନୀୟ ଅଞ୍ଚଳରୁ ୨୩୧ ରୋଗୀ ଚିହ୍ନଟ । ୫୪୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୦ ଜଣ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୯ ହଜାର ୮୧୮କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୨୬ ହଜାର ୭୭୪ ଜଣ ରୋଗୀ ।୪ ହଜାର ୬୭୩ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ କୋରୋନା ଆକ୍ରାନ୍ତ ଚିହ୍ନଟ । କଟକ ୫୦, ସମ୍ବଲପୁର ୧୬, ମୟୂରଭଞ୍ଜ ୧୩, ବାଲେଶ୍ବର ୧୨, ନୟାଗଡ଼ ୧୦, ପୁରୀ ୯, ଜଗତସିଂହପୁର ୯, ଦେବଗଡ଼ରୁ ୮, କେନ୍ଦ୍ରାପଡ଼ା ୭, ସୁନ୍ଦରଗଡ଼ ୭, ଢେଙ୍କାନାଳ ୬, ନୂଆପଡ଼ା ୬, କଳାହାଣ୍ଡି ୪, ଭଦ୍ରକ ୪, କୋରାପୁଟ ୩, ଅନୁଗୁଳ ୨, ବରଗଡ଼ ୨, ଝାରସୁଗୁଡ଼ା ୨,ରାୟଗଡ଼ା, ବଲାଙ୍ଗିର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *