ଭୁବନେଶ୍ୱରରେ ଆୟୋଜିତ ହେବ ଦୁଇ ଦୁଇଟି ବିଶ୍ୱକପ : ୧୭ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଫୁଟବଲ ସହ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ହକି

ଭୁବନେଶ୍ୱର: ସ୍ପୋର୍ଟସ ହବ ଭୁବନେଶ୍ୱରରେ ଆୟୋଜିତ ହେବ ଦୁଇ ଦୁଇଟି ବିଶ୍ୱକପ। ଦୀର୍ଘ ବର୍ଷ ପରେ ପୁଣି ନିଜ ରାଜ୍ୟରେ ବିଶ୍ୱସ୍ତରୀୟ ଖେଳର ମଜା ନେଵାର ସୁଯୋଗ ପାଇବେ ଓଡ଼ିଶାବାସୀ। ଏଥିପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।

ଅକ୍ଟୋବର ୧୧ରେ ୧୭ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେବ। ଜାନୁଆରୀ ୧୮ ତାରିଖ ୨୦୨୩ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ବିଶ୍ୱକପ ହକି। ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା ପ୍ରଥମ ଥର ପାଇଁ ବିଶ୍ୱକପ ହକି। ସଜେଇ ହୋଇଥିଲା ଭୁବନେଶ୍ୱର। ପରେ କୋଭିଡ ମହାମାରୀ ପାଇଁ କୌଣସି ଖେଳ ହେବାତ ଦୂରର କଥା କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ ଉପରେ ଲାଗିଥିଲା କଟକଣା।

କ୍ରୀଡାକୁ ପ୍ରୋତ୍ସାହିତ କରୁଥିବା ଓଡିଶା ସରକାରଙ୍କ ପକ୍ଷରୁ ଏହାର ଆୟୋଜନ କରାଯାଉଛି। ହାତରେ ରହିଛି ଖୁବ କମ ସମୟ। ଜୋରଦାର ଚାଲିଛି ପ୍ରସ୍ତୁତି। ତେବେ ସମୟ ପୂର୍ବରୁ ସମସ୍ତ ନିର୍ମାଣ, ପ୍ରଶସ୍ତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବାକୁ ହେବ। ଯାହାର ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି ଖୋଦ କ୍ରୀଡା ସଚିବ ଓ ବିଏମସି କମିଶନର।

Leave a Reply

Your email address will not be published. Required fields are marked *