କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବାହୁବଳୀର ‘କଟପ୍ପା’

ହାଇଦ୍ରାବାଦ: ବାହୁବଳୀ ଫେମ୍‌ ତଥା କଟପ୍ପା ନାଁରେ ଚାରିଆଡେ ଫେମସ୍‌ ଥିବା ସାଉଥ ଅଭିନେତା ସତ୍ୟରାଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ବଡ ସେଲେବ୍ରିଟିମାନେ ମଧ୍ୟ ସଂକ୍ରମିତ ହୋଇଥିବା ଖବର ପ୍ରତିଦିନ ସାମ୍ନାକୁ ଆସୁଛି। ବଲିଉଡ ଠାରୁ ଆରମ୍ଭ କରି ସାଉଥ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ ଷ୍ଟାର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ତଳେ ବାହୁବଳୀ ଫେମ୍‌ ଅଭିନେତା ସତ୍ୟରାଜ ମଧ୍ୟ କରୋନା ପଜିଟିଭ ହୋଇଥିଲେ। ଏହାପରେ ସେ ହୋମ୍‌ ଆଇସୋଲେସନ୍‌ରେ ଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆଜି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କିଭଳି ରହିଛି, ସେ ନେଇ ହସ୍ପିଟାଲ ପକ୍ଷରୁ ଏଯାଏଁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇ ପଡିଛନ୍ତି। ସତ୍ୟରାଜଙ୍କ ପାଇଁ ପୂଜା ପାଠ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଗତ କିଛି ଦିନ ହେବ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର୍‌ କରୋନାରେ ସଂକ୍ରମିତ ହୋଇଥିବା ନେଇ ଖବର ଆସିଛି। ଫିଲ୍ମ ଷ୍ଟାର ମହେଶ ବାବୁଙ୍କ ଠାରୁ ଆରମ୍ଭ କରି ମାଞ୍ଚୁ ମନୋଜ, ମାଞ୍ଚୁ ଲକ୍ଷ୍ମୀ, ମ୍ୟୁଜିକ ଡାଇରେକ୍ଟର ତମନ, ନୀତିନଙ୍କ ପତ୍ନୀ ଏବଂ ଅଭିନେତା ବିଶ୍ୱକ ସେନ୍‌ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Leave a Reply

Your email address will not be published. Required fields are marked *