ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଟାଟା ପାଓ୍ବର ପରିଚାଳକ ସନ୍ତୋଷ କୁମାର ଦରଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁ : ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ବିତରଣ ଲିମିଟେଡ୍‌ରେ କାର୍ଯ୍ୟରତ ଓ୍ୱାର୍କସ୍ ଆଣ୍ଡ ପ୍ଲାନିଂର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରିଛି।

ଚଢ଼ାଉ ବେଳେ ତାଙ୍କୁ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା, ସୁନା ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍‌। ସନ୍ତୋଷଙ୍କ ଘରୁ ପୁରୁଣା ହଜାରେ ଟଙ୍କିଆ ନୋଟ୍ ମଧ୍ୟ ଜବତ କରାଯାଇଛି। ସନ୍ତୋଷ ପୂର୍ବରୁ ବିଦ୍ୟୁତ ବିଭାଗରେ ଚିଫ୍ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ। ସନ୍ତୋଷ ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍‌ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଛି।

Leave a Reply

Your email address will not be published. Required fields are marked *