ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିଭିଲ୍ ସପ୍ଲାଏ ଅଫିସର ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ

ବ୍ରହ୍ମପୁର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓଙ୍କ ପରେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସିଭିଲ୍ ସପ୍ଲାଏ ଅଫିସର(ସିଏସ୍ଓ) । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଆଜି ସକାଳୁ ଚାଲିଛି ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ କରାଯାଇଛି ।

ଗଞ୍ଜାମ ଜିଲ୍ଲା ଛତ୍ରପୁରର ୨ ଟି ସ୍ଥାନରେ ଚଢ଼ଉ ଚାଲିଛି । ଛଥ୍ରପୁର ରାମନଗର ଫାଷ୍ଟ ଲେନ୍‌ରେ ଥିବା ଘର ଓ ମାର୍କେଟ କଂପ୍ଲକ୍ସେରେ ଚଢ଼ାଉ ଜାରି ହୋଇଛି। ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ବଡ଼ ଝିଅଙ୍କ ଘର ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ବଡ଼ ପୁଅଙ୍କ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ ଜଣ ଡିଏସ୍‌ପି ଓ ୮ ଜଣ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି । ଅନାଦିଙ୍କ ସମ୍ପତ୍ତିର ଆକଳନ ଚାଲିଥିବା ବେଳେ ଏନେଇ ସଠିକ୍‌ ତଥ୍ୟ ମିଳିପାରିନି। ଅପରପକ୍ଷେ, ଭିଜିଲାନ୍ସ ଚଢ଼ାଉ ନେଇ ଅନାଦି ସେଠୀଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନି।

Leave a Reply

Your email address will not be published. Required fields are marked *