ବିଜୟ ନାୟକ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ, ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ପ୍ରଶାସକ ବିଜୟ ନାୟକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଆସନ୍ତାକାଲି ଏ ନେଇ ବିଜ୍ଞପ୍ତି ପ୍ରକାଶ ବୋଲି ଜଣାଯାଇଛି । ଶ୍ରୀଯୁକ୍ତ ନାୟକ ଜଣେ ଉତ୍ତମ ପ୍ରଶାସକ ହୋଇଥିବା ବେଳେ ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ବେଶ୍‌ ସୁନାମ ରହିଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଭାବରେ ସେ ବେଶ୍‌ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଏଥିସହିତ ବ୍ୟକ୍ତିଗତ ଭାବେ ସେ ‘କାହାଣୀ’ ପତ୍ରିକାର ପ୍ରକାଶନ ସହ ଏହାର ସମ୍ପାଦକ ଦାୟିତ୍ୱ ଦୀର୍ଘ ଦିନ ଧରି ତୁଲାଇ ଆସୁଛନ୍ତି । ଅନେକ ପୁସ୍ତକର ସ୍ରଷ୍ଟା ଶ୍ରୀ ନାୟକଙ୍କର ନିକଟରେ ‘ଶ୍ରେଷ୍ଠ ଷାଠିଏ’ ପୁସ୍ତକ ପ୍ରକାଶ ପାଇଛି ।

ସାହିତ୍ୟ ଏକାଡେମୀର ସଚିବ ଦାୟିତ୍ୱ ସୁଚାରୂ ରୂପେ ନିର୍ବାହ କରିବା ପରେ ଶ୍ରୀ ନାୟକ ସ୍ୱାସ୍ଥ୍ୟ ବିଭାଗର କମିଶନର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛିନ୍ତି । ଜଣେ ଉତ୍ତମ ପ୍ରଶାସକ ଓ ବରିଷ୍ଠ ସାହିତ୍ୟିକ ଭାବେ ଜଣାଶୁଣା ଶ୍ରୀ ନାୟକଙ୍କ ଏହି ନିଯୁକ୍ତି ଖବରରେ ତାଙ୍କର ଜନ୍ମସ୍ଥାନ ଭଦ୍ରକ ଅଞ୍ଚଳ ତଥା ସମଗ୍ର ଓଡ଼ିଶାର ସାହିତ୍ୟିକ ମହଲରେ ବେଶ୍‌ ଆନନ୍ଦ ପ୍ରକାଶ ପାଇଛି ।

Leave a Reply

Your email address will not be published.