ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୭ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ଵରେ ଓଡ଼ିଶାର ୩୦ଗୋଟି ଜିଲ୍ଲାର ପାଚକ ପାଚିକାମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ୭ ଦଫା ସମ୍ବଳିତ ଦାବି ଖୁବ୍‌ଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ସାଧାରଣ ସମ୍ପାଦିକା ଜାନକୀ ମାଝୀ, ସମ୍ପାଦିକା ଚନ୍ଦ୍ରାବତୀ ନାୟକ, କୋଷାଧ୍ୟକ୍ଷା ରଜନୀ କିଷାନ ଏବଂ ପ୍ରତ୍ୟେକ ଜିଲ୍ଲାର କର୍ମକର୍ତ୍ତାମାନେ ନିଜ ନିଜ ବକ୍ତବ୍ୟମାନ ରଖୁଥିଲେ । ଆମ୍ଭେ “ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ମହାସଂଘ”, ସବିନୟ ଦାବି ଜଣାଉଛି ଏହିକିଯେ, ମହାଶୟ ସାରା ଭାରତ ବର୍ଷରେ ଲୋକପ୍ରିୟତା ଅର୍ଜନ କରିଥିବା ସମସ୍ତ ବିଭାଗୀୟ ଦୁଃଖ ଦରିଦ୍ର ସମସ୍ୟା ଉପରେ ଉଚିତ୍‌ ବିଚାର କରି ନ୍ୟାୟ ପ୍ରଦାନ କରିଆସୁଛନ୍ତି । ଗଲା ଦିନରେ ଆମ୍ଭ ଦାବି ପ୍ରତି ମଧ୍ୟ ସଦୟ ହୋଇ ପାରିଶ୍ରମିକ ଟ.୧୦୦୦ ରୁ ଟ.୨୦୦୦/-କୁ ବୃଦ୍ଧି କରିଥିବା ଯୋଗୁଁ ଆମ୍ଭେ ଆପଣଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛୁ । ଆଜକୁ ୨୦ ବର୍ଷ ଧରି ଆମ୍ଭେ ଉକ୍ତ କ୍ଷେତ୍ରରେ କାର୍ଯ୍ୟକରି ଆସୁଥିଲେ ମଧ୍ୟ ଆପଣଙ୍କ ଦ୍ବାରା ଦିଆଯାଇଥିବା ପ୍ରାପ୍ୟ ଆମ୍ଭମାନଙ୍କୁ ସମୁଦ୍ରକୁ ଶଙ୍ଖ ସଦୃଶ । ଆପଣଙ୍କ ଦ୍ଵାରା ନିର୍ଦ୍ଧାରିତ ପାରିଶ୍ରମିକ ଆମ୍ଭମାନଙ୍କର ଦିନସାରା ପରିଶ୍ରମ ପାଇଁ ଟ.୬୬.୬୬ ପଇସା ପଡୁଅଛି । ମାତ୍ର ତାହାକୁ ଆମ୍ଭେ ଠିକ୍‌ ଭାବେ ପାଉନାହୁଁ । କାରଣ ସରକାର ମାସିକ ଟ. ୨୦୦୦/- ଦେବାକୁ ଘୋଷଣା କରିଥିବା ବେଳେ ମାସକୁ ୧୪୦୦ ଟଙ୍କା ଦେଉଛନ୍ତି ଏବଂ ବକେୟା ଟ. ୬୦୦/- ଅଦ୍ୟାବଧ ଦେଇନାହାଁନ୍ତି । ତେଣୁ ଦିନକୁ ଟ.୪୬.୬୬ ପଇସା ପଡ଼ୁଅଛି । ସୁ-ମଣିଷ ଗଢ଼ିବା ମନ୍ଦିରରେ ଖାଦ୍ୟ ରାନ୍ଧି ଯୋଗାଉଥିବା ଆମ୍ଭ ପାଚକ ସର୍ବନିମ୍ନ ଭୋକ ମେଣ୍ଟାଇବାରେ ସକ୍ଷମ ହେଉନାହାଁନ୍ତି । ଆମ୍ଭେ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଟ.୨୭୫/- ଆମ୍ଭ ପାଇଁ ଲାଗୁ କରାଯାଉ । ଉକ୍ତ ପ୍ରକାରେ ମାସିକ ଟ.୮,୨୫୦/- ଦରମା ଲାଗୁ କରାଯାଉ । ଆମ୍ଭ ସମସ୍ତଙ୍କ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯାଉ । ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା କରାଯାଉ । ୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତ୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଦିଆଯାଉ । ଆମ୍ଭମାନଙ୍କୁ ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ସ୍କୁଲ୍ ବିଭାଗ ସିଧାସଳଖ ନିୟନ୍ତ୍ରଣରେ କରାଯାଉ । ଯେହେତୁ, ଆମ୍ଭେ ସ୍କୁଲ୍‌ରେ ୯ ଘଣ୍ଟା ଠାରୁ ପ୍ରବେଶ କରି ଦିନ ତମାମ ରୋଷେଇ କରିବା, ରୋଷେଇ ବାସନକୁସନ ଧୋଇ ୮ ଘଣ୍ଟାରୁ ଅଧିକ ପରିଶ୍ରମ କରୁଥିବା ବେଳେ ଆମ୍ଭମାନଙ୍କୁ ଦୈନିକ ମଜୁରୀଆର ସ୍ବୀକୃତି ଦେଇ ଭବିଷ୍ୟନିଧ୍ଵ ଯୋଜନାରେ ସାମିଲ୍ କରାଯାଉ । ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଉ କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ୍ ଲାଗୁ କରାଯାଉ । ଏଣୁ ଆମ୍ଭମାନଙ୍କର ଦାବିଗୁଡ଼ିକ ବିଚାରକୁ ନେଇ ଆମ୍ଭମାନଙ୍କର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ସଂଗେ ସଂଗେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାର ଦାବି କରୁଅଛୁ ।

Leave a Reply

Your email address will not be published. Required fields are marked *