ପାୱାର ଚ୍ୟାନେଲ ବ୍ରିଜରୁ ତଳକୁ ଡେଇଁ ଭିସୁଟ୍‌ର ଛାତ୍ରୀ ନିଖୋଜ

ସାମାନ୍ୟ କଳିରୁ ପାୱାର ଚ୍ୟାନେଲ ବ୍ରିଜରୁ ତଳକୁ ଡେଇଁ ପଡ଼ିଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଭିସୁଟ୍‌ର ଆଇଟି ପାସ୍‌ ଆଉଟ୍‌ ଛାତ୍ରୀ। ଗତକାଲି ରାତିରୁ ଅଗ୍ନିଶମ ବାହିନୀ ଖୋଜାଖୋଜି କଲେ ବି ତାଙ୍କ ସନ୍ଧାନ ପାଇ ପାରୁନି।ନିଖୋଜ ଛାତ୍ରୀଜଣକ ହେଲେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ତାଙ୍କ ଘର କଳାହାଣ୍ଡି ଜିଲ୍ଲା । ଚିନ୍ମୟୀ ଭିସୁଟରେ Information Technology ବିଭାଗରେ ଇଞ୍ଜିନିୟରିଂ କରୁଥିଲେ। ପାସ୍‌ ହେବା ପରେ ଗତକାଲି ଗତକାଲି କଲେଜର ସମାବର୍ତ୍ତନ ଉତ୍ସବ ଥିଲା। ଏହି ଉତ୍ସବରେ ଯୋଗ ଦେଇ ଚିନ୍ମୟୀ ଅତିଥିଙ୍କଠାରୁ ସାର୍ଟିଫିକେଟ ବି ଗ୍ରହଣ କରିଥିଲେ। ଏହାପରେ ରାତିରେ ସେ ବସ୍‌ ଯୋଗେ ନିଜ ଘରକୁ ଫେରିଥାନ୍ତେ।ହେଲେ ଏହା ପୂର୍ବରୁ ସେ ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଥିଲେ ବି ତାଙ୍କ ସନ୍ଧାନ ମିଳିପାରିନି।ସୂଚନାଯୋଗ୍ୟ, ଗତକାଲି ରାତିରେ ବସ୍‌ରେ ଯିବା ପୂର୍ବରୁ ବ୍ରିଜ ଉପରେ ଜଣେ ଯୁବକ ସହିତ ଚିନ୍ମୟୀଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ସେ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ସେହି ଯୁବକକୁ ବୁର୍ଲା ଥାନାକୁ ଡକାଇ ପୁଲିସ ପଚରା ଉଚରା କରୁଛି ।

Leave a Reply

Your email address will not be published. Required fields are marked *