୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ୱିନ୍ସ ବାଟନକୁ ପିପିଲିରେ ସ୍ୱାଗତ :

ପିପିଲି: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ ପାଇଁ ଭୁବନେଶ୍ୱରରୁ ବାହାରିଥିବା କ୍ୱିନ୍ସ ବାଟନ (ମଶାଲ) ରିଲେକୁ ପିପିଲିରେ ସ୍ୱାଗତ କରାଯାଇଛି। ଆଜି ସକାଳେ ଏହି କ୍ୱିନ୍ସ ବାଟନ ଏକ ସୁସଜ୍ଜିତ ସ୍ୱତନ୍ତ୍ର ଗାଡିରେ ଭୁବନେଶ୍ୱରରୁ ବାହାରି ସକାଳ ୮ଟା ୨୦ ମିନିଟ୍ରେ ପିପିଲିରେ ପହଞ୍ଚିବା ପରେ ଏହାକୁ ସ୍ଥାନୀୟ ପ୍ରଶାସନ ଓ କ୍ରୀଡାବିତ୍ଙ୍କ ପକ୍ଷରୁ ଭରପୁର ସ୍ୱାଗତ କରାଯାଇଥିଲା। ଏହି କ୍ୱିନ୍ସ ବାଟନ ସହ ଓଡିଶାର ବିଶିଷ୍ଟ କ୍ରୀଡାବିତ୍ ସୁନିତା ଲାକ୍ରା, କେ. ରବିକୁମାର, ଦୁତି ଚାନ୍ଦଙ୍କ ସମେତ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ବରିଷ୍ଠ ଅଧିକାରୀମାନେ ଥିବା ବେଳେ ପିପିଲି ହାଟଛକ ଠାରେ ତହସିଲଦାର ସପନ କୁମାର ନନ୍ଦ, ପୁଲିସ ଏସ୍ଆଇ ସନ୍ଦୀପ କୁମାର ଦାସ, ଏଏସ୍ଆଇ ପ୍ରକାଶ କୁମାର ମଲ୍ଲିକ, ପିପିଲି ଟାଏକୋଣ୍ଡ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ନୃସିଂହ ସିଂ, ଅଞ୍ଚଳର ସାମ୍ବାଦିକ ଓ କ୍ରୀଡାବିତ୍ମାନେ ସ୍ୱାଗତ କରିଥିଲେ। ପିପିଲିରୁ ଏହା ସାକ୍ଷୀଗୋପାଳ ଦେଇ ପୁରୀ ଓ କୋଣାର୍କ ଅଭିମୁଖେ ଯାତ୍ରା କରିଥିଲା।
କ୍ୱିନ୍ସ ବାଟନ ରିଲେ ହେଉଛି ଏକ ଖେଳ ପରମ୍ପରା । ଯାହା ଖେଳ ଆରମ୍ଭ ସମୟରେ ରାଗ୍ୟଗୋଷ୍ଠୀ ସମ୍ପ୍ରଦାୟ ମଧ୍ୟରେ ଭାତୃଭାବ ସୃଷ୍ଟି କରିବା ସହ ପରିବେଶ୍କୁ ଉତ୍ସବ ମୁଖର କରି ଗଢିତୋଳେ। ଇଂଲଣ୍ଡରୁ ଏହି ରିଲେ ଆରମ୍ଭ ହୋଇଥିବା ବେଳେ ଏହା ୭୨ଟି ରାଜ୍ୟଗୋଷ୍ଠୀ ଦେଶ ପରିଭ୍ରମଣ କରିବାର କାର୍ୟ୍ୟକ୍ରମ ରହିଛି। ଜୁଲାଇରେ ଏହା ଇଂଲଣ୍ଡରେ ପହଞ୍ଚିବ । ଏହାପରେ ବର୍ମିଂହାମ ଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *