ରାଜ୍ୟରେ ବଢ଼ିଲା ଶୀତ, ୩ ଦିନ ଯାଏ ହେବ କୁହୁଡି

ଭୁବନେଶ୍ୱର: ପୁଣି ଜାଡ଼ରେ ଥରିଲା ଓଡ଼ିଶା। ରାଜ୍ୟର କେତେକାଂଶ ସ୍ଥାନରେ ଗତକାଲି ଅଧିକ ଶୀତ ଅନୁଭୂତ ହୋଇଛି । ରାତିର ତାପମାତ୍ରା ହ୍ରାସ ପାଇଥିବାରୁ ବଢ଼ିଛି ଶୀତ । ରାଜ୍ୟର କିଛି ସ୍ଥାନରେ ରାତିର ତାପମାତ୍ରା ୧ରୁ ୨ଡିଗ୍ରୀ ହ୍ରାସ ପାଇଛି । ଆଗାମୀ ୨ଦିନ ମଧ୍ୟରେ ଆହୁରୀ ପାରଦ ଖସିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥି ସହ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି କହିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦.୫ ଡିଗ୍ରୀ ରହିଛି । ଆଗାମୀ ୩ ଦିନ ଯାଏ ରାଜ୍ୟରେ କୁହୁଡି ଦେଖାଦେବ ଏବଂ ପାଗଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି

Leave a Reply

Your email address will not be published. Required fields are marked *