ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ଏସବିଆଇ ବ୍ୟାଙ୍କରୁ ୨ଜଣ କର୍ମଚାରୀ କରୋନା ପଜିଟିଭ୍‍ ଚିହ୍ନଟ ,ବନ୍ଦ ହେଲା ଷ୍ଟେଟ୍‍ ବ୍ୟାଙ୍କ

ପାପଡାହାଣ୍ଡି: କରୋନା ପାଇଁ ବନ୍ଦ ହେଲା ଷ୍ଟେଟ୍‍ ବ୍ୟାଙ୍କ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ଏସବିଆଇ ବ୍ୟାଙ୍କରୁ ୨ଜଣ କର୍ମଚାରୀ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ବ୍ୟାଙ୍କ ବନ୍ଦ କରିଦିଆଯାଇଛି । ଗତକାଲି ବ୍ୟାଙ୍କର ୨ଜଣ କର୍ମଚାରୀ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ । ପରେ ଏନେଇ ବ୍ୟାଙ୍କ ମ୍ୟାନେଜର ସୂଚନା ପାଇବା ପରେ ବ୍ୟାଙ୍କକୁ ୪୮ ଘଣ୍ଟା ଯାଏ ବନ୍ଦ ରଖିଛନ୍ତି । ଆଜି ବ୍ୟାଙ୍କର ପରିସରକୁ ବିଶୋଧନ କରାଯିବ । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପାପଡାହାଣ୍ଡି ପୋଲିସ ପ୍ରଶାସନ ତରଫରୁ ଲୋକଙ୍କୁ ଗହଳି ନ କରିବା ,ସାମାଜିକ ଦୂରତା ରକ୍ଷା କରିବା ,ଘରୁ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବା ଆଦି ବିଷୟ ନେଇ ଡ଼ାକବାଜି ଯନ୍ତ୍ରରେ ସଚେତନ କରାଯାଉଥିଲେ ସୁଦ୍ଧା ଅମାନିଆଙ୍କ ଭିଡ ଲାଗି ଲାଗି ରହିଛି ।

Leave a Reply

Your email address will not be published. Required fields are marked *