ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କୁ ଆଜିଠୁ ୫ ଦିନିଅ଼ ରିମାଣ୍ଡରେ ନେଲା କମିଶନରେଟ୍ ପୁଲିସ୍‌

ଭୁବନେଶ୍ୱର : ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସ୍ତ୍ରୀ ତାଲିକା ଲମ୍ବି ଚାଲିଥିବା ବେଳେ ଠକେଇର ଶିକାର ଲୋକେ ବି ଫିଟାଉଛନ୍ତି ପାଟି। ତେବେ ପତ୍ନୀ ତାଲିକାକୁ ଆହୁରି ଲମ୍ବାଇବା ପାଇଁ ଜାଲ ବିଛାଇଥିବା ରମେଶ ଆଉ କାହାକୁ କାହାକୁ କରିଥିଲେ ଟାର୍ଗେଟ, ତାହାର ଖୋଳତାଡ଼ କରୁଛି ପୁଲିସ୍‌। ଏହି ସମସ୍ତ ଗୁମର ଖୋଲିବାକୁ ରମେଶଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କମିଶନରେଟ୍ ପୁଲିସ୍‌। ଏପରିକି ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୁଲିସ୍‌ ଯୋଜନା ରଖିଥିବା ସୂଚନା ମିଳିଛି | ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧ ମାମଲା ତାଙ୍କ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି ।ଏତେବର୍ଷ ଧରି ରମେଶ କେଉଁଠି ଆଉ କେମିତି ରହି ଆସୁଥିଲା? କାହା କାହାସହ ଲିଙ୍କରେ ଆସିଛି ? କେତେ ଜଣଙ୍କୁ ସେ ନିଜ ଅପରାଧ ଜାଲରେ ଶିକାର କରିଥିଲା ? ଏସବୁର ଖିଅ ଖୋଜିବାକୁ ପୁଲିସ୍‌ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିବା ବେଳେ ଏସ୍‌ଡିଜେଏମ୍‌ କୋର୍ଟ ୫ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି।

Leave a Reply

Your email address will not be published. Required fields are marked *