‘ଯୁଗଶ୍ରୀ ଯୁଗନାରୀ’ ବାର୍ଷିକ ସାରସ୍ବତ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର: ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ଵତ ଓ ସମ୍ବର୍ଦ୍ଧନା ସମାରୋହ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଛି । ସଭା ଆରମ୍ଭରେ ଦିବଂଗତ ଗୀତା ହୋତା, ହୁସେନ୍ ରବି ଗାନ୍ଧି, ମେଜର କୁମୁଦିନୀ ବରାଇ, ନିର୍ମଳା ପ୍ରଭା ନାୟକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ‘ଯୁଗଶ୍ରୀ ଯୁଗନାରୀ’ ସହ-ସମ୍ପାଦିକା ଡ. ପ୍ରଭାବତୀ ଅତିଥ୍ ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ ଯୋଗଦେଇ କହିଲେ ଯେ, ନାରୀମାନେ ପୁରୁଷର ଶକ୍ତିକୁ ଶାନ୍ତ କରାଇ କୋମଳତାରେ ଭରି ଦିଅନ୍ତି । ଏଣୁ ସେମାନଙ୍କ ଭୂମିକା ଗୌରବାହଁ ।

ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ତଥା ଅବସରପ୍ରାପ୍ତ ମୁଖ୍ୟଶାସନ ସଚିବ ସହଦେବ ସାହୁ ଯୋଗଦେଇ କହିଲେ ଯେ, ନାରୀମାନଙ୍କ ଭୂମିକା ବହୁମୁଖୀ ହୋଇଥିଲେ ହେଁ ଆର୍ଥିକ ମାନଦଣ୍ଡ ଦୃଷ୍ଟିରୁ ବିଗର କରାଯାଉ ନଥିବାରୁ ସମାଜର ବୃଦ୍ଧି ଆଶାଜନକ ହେଉନାହିଁ । ସମ୍ମାନିତ ସମ୍ମାନିତ ଅତିଥ୍‌ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ କ୍ରୀଷ୍ଣା ମହାନ୍ତି ସାହିତ୍ୟ ସମାଜ ପରିବର୍ତ୍ତନର ମାଧ୍ୟମ ବୋଲି ବର୍ଣ୍ଣନା କରି ନିଜର ସରଳ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଡାକ୍ତର ସରୋଜୀନୀ ଷଡ଼ଙ୍ଗୀ ନାରୀମାନେ ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ଓ ଅକଳନୀୟ ଶକ୍ତି ବଳରେ ସମାଜ ସମୃଦ୍ଧ କରି ଶାନ୍ତିର ଋବିକାଠି ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ସ୍ଵାଧୀନତା ସଂଗ୍ରାମୀ ଶ୍ରୀମତୀ କ୍ରୀଷ୍ଣା ମହାନ୍ତି, ବିଶିଷ୍ଟ ସାହିତ୍ୟିକା ଡ. ତୁଳସୀ ଓଝା, ସମ୍ପାଦିକା ‘ତୀରତରଙ୍ଗ’ ଶ୍ରୀମତୀ ବନ୍ଦନା ମିଶ୍ର ଓ ପଟ୍ଟଚିତ୍ର ଶିଳ୍ପୀ ଶ୍ରୀମତୀ ସୌଦାମିନୀ ସ୍ଵାଇଁଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପତ୍ରିକାର ସମ୍ପାଦିକା ମମତା ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରି ‘ଯୁଗଶ୍ରୀ ଯୁଗନାରୀ’ ସ୍ଵାସ୍ଥ୍ୟ ସଚେତନତା ଓ ରକ୍ତଦାନ ଶିବିର, ଆଲୋଚନାଚକ୍ର ଆୟୋଜନ, ଗବେଷକମାନଙ୍କୁ ପ୍ରୋତ୍ସାହନ ଆଦି ସମାଜସେବା କାର୍ଯ୍ୟ କରୁଥିବା ଉପସ୍ଥାପନ କରି ଚଳିତ ମାସର ମହିଳା ବିଶେଷାଙ୍କ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ‘ ଯୁଗଶ୍ରୀ ଯୁଗନାରୀ’ର ମହିଳା ବିଶେଷାଙ୍କ ମାର୍ଚ୍ଚ-୨୦୨୩ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା । ଡ. ପ୍ରଭାତୀ ମିଶ୍ରଙ୍କ ସମ୍ପାଦିତ ‘ ଏଡୋରେବଲ ମଦର’, ଡାକ୍ତର ଅନୀତା ପଣ୍ଡାଙ୍କ କବିତା ପୁସ୍ତକ ‘ ସାୟାହ୍ନର ଉତ୍ତରଣ’, ସଚ୍ଚିଦାନନ୍ଦ ମିଶ୍ରଙ୍କ କବିତା ପୁସ୍ତକ ‘ସମୟର ଚିତ୍ରରେଖା’, କମଳାକାନ୍ତ ଦାଶଙ୍କ ‘ଜାତିପ୍ରାଣ ମହାରାଜା ବୈକୁଣ୍ଠନାଥ ଦେବ: ପ୍ରଶ୍ନୋତ୍ତରୀ’ ଓ ବିଦ୍ୟୁତଲତା ତ୍ରିପାଠୀଙ୍କ ଅନୁଦିତ ଉପନ୍ୟାସ ‘ ରାଣୀ ମା’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ସୁଶ୍ରୀ ଗୀତାଞ୍ଜଳି ସିଂହ ମଞ୍ଚ ଆହ୍ବାନ କରିଥିବା ବେଳେ ସହିଦନଗରସ୍ଥିତ ଆର୍ଯ୍ୟ ସମାଜର ମହିଳା ସମିତି ବେଦପାଠ କରିଥିଲେ । ସୁଶ୍ରୀ ଦୀପ୍ତି ଦାସ ସଂଯୋଜନା କରିଥିଲା ବେଳେ ପଦ୍ମଭୂଷଣ ରମାକାନ୍ତ ରଥ, ବନଜ ଦେବୀ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶାଶ୍ଵତୀ ବଳ, ଶୈଳରାଣୀ ମିଶ୍ର, ଶାଶ୍ଵତୀ ହରିଚନ୍ଦନ, ବିଜୟ ମିଶ୍ର, ଡ. ଅର୍ଚ୍ଚନା ନାୟକ, ଡ. ମମତା ଦାସ, ସନାତନ ମଲ୍ଲିକ, ଇନ୍ଦିରା ଦାଶ, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ପ୍ରତିମା ପଣ୍ଡା, କେଶୁ ଦାସ, ମହେନ୍ଦ୍ର ମିଶ୍ର, ନିରଞ୍ଜନ ପଣ୍ଡା, ଡାକ୍ତର ତୋଫାନ ପତି ପ୍ରମୁଖ ବହୁ ବିଶିଷ୍ଟ ସାହିତ୍ୟିକ ଯୋଗଦାନ କରିଥିଲେ । ଡକ୍ଟର ମିନାକ୍ଷୀ ପଣ୍ଡା, ଡ, ସୁଷମା ମିଶ୍ର, ଡ. ଗାୟତ୍ରୀ କର, ମୀରା ବେଉରା ଓ ବସନ୍ତ ପ୍ରଧାନ ସଭା ପରିଚାଳନା କରିଥିଲେ । ଶେଷରେ ସବିତାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *