ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ବିଶ୍ବ ବନ୍ୟପ୍ରାଣୀ ପଶୁପକ୍ଷୀଙ୍କୁ ସୁରକ୍ଷା ଦିବସ ପାଳିତ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନ ପ୍ରେକ୍ଷାଳୟରେ ଆଜି ବିଶ୍ଵ ବନ୍ୟପ୍ରାଣୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ଵ କରି କହିଲେ ଯେ, ଜୀବ ଜଗତକୁ ସୁରକ୍ଷିତ ରଖୁବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ହେବା ଉଚିତ୍ । କାରଣ ପୃଥିବୀ ପୃଷ୍ଠରେ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ପଶୁପକ୍ଷୀମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ ଜୀବେ ଦୟା ଭାରତୀୟ ସଂସ୍କୃତିର ମହାମନ୍ତ୍ର । ଏସବୁ ଦୃଷ୍ଟିକୋଣରୁ ପଶୁପକ୍ଷୀମାନଙ୍କୁ ସୁରକ୍ଷା ଦେବା ସହ ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆମ୍ଭେମାନେ ବିଭିନ୍ନ ସ୍ଥାନରେ ପଶୁପକ୍ଷୀମାନଙ୍କ ପିଇବା ପାଇଁ ପାଣିପାତ୍ରମାନ ରଖୁ ନିଜ ମାନବିକତାର ପରିଚୟ ଦେବା ନିତାନ୍ତ ଆବଶ୍ୟକ । ଏହାଦ୍ଵାରା ପାରିପାର୍ଶ୍ବକ ସନ୍ତୁଳନ ସୁରକ୍ଷା ହୋଇପାରିବ |

ଏହି ଉତ୍ସବରେ ପ୍ରାଧ୍ୟାପକ ଡଃ ମନୋଜ ସାମନ୍ତରାୟ, ବିଶିଷ୍ଟ ଚିକିତ୍ସକ ଡଃ ରାଘବ ପରିଡ଼ା, ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ପ୍ରୋଜେକ୍ଟ ପଏଣ୍ଟ ସାମାଜିକ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସଂଗ୍ରାମ ସାମନ୍ତରାୟ, ଅଧ୍ୟାପିକା ଅନୁପମା ଚମ୍ପଭିରାୟ ତଥା ବହୁ ସାମାଜିକ କର୍ମୀ ଯୋଗଦାନ କରି ସୁସ୍ଥ ସମାଜ ତଥା ପରିବଶେରେ ସନ୍ତୁଳନ ରକ୍ଷା ପାଇଁ ପଶୁପକ୍ଷୀମାନଙ୍କର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ପ୍ରେରଣା ଗ୍ରୀନ ଆର୍ମି, ପ୍ରୋଜେକ୍ଟ ପଏଣ୍ଟ ଆଦିର ସ୍ୱେଚ୍ଛାସେବୀମାନେ ଭୁବନେଶ୍ଵରର ଫାୟାର ଷ୍ଟେସନ ଟ୍ରାଫିକ ପୋଷ୍ଟ, ମାଷ୍ଟର କ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟ, ଏଜି ଟ୍ରାଫିକ ପୋଷ୍ଟ, ରାମମନ୍ଦିର ଟ୍ରାଫିକ ପୋଷ୍ଟ, ଜୟଦେବ ବିହାର ଟ୍ରାଫିକ ପୋଷ୍ଟ ଆଦି ସ୍ଥାନମାନଙ୍କରେ ପ୍ଲାକାର୍ଡ଼, ବ୍ୟାନର ଧରି ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ନିମନ୍ତେ ଖରାଦିନେ ବିଭିନ୍ନ ସ୍ଥାନରେ ପାଣିପାତ୍ର ମାନ ରଖିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲେ । ସେହିପରି ଚଢେଇମାନଙ୍କ ପାଇଁ ନିଜ ଛାତ ଉପରେ ମଧ୍ୟ ପାଣିପାତ୍ର ରଖୁବା ପାଇଁ ଯାତାୟତ କରୁଥିବା ସାଧାରଣ ଜନତାଙ୍କୁ ଲିଫଲେଟ ବାଣ୍ଟି ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *