୧୦୨ ଆମ୍ୱୁଲାନ୍ସ ନେଲା ଯୁବକଙ୍କ ଜୀବନ

ଭଦ୍ରକ : ୧୦୨ ଆମ୍ୱୁଲାନ୍ସ ନେଲା ଯୁବକଙ୍କ ଜୀବନ | ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତିନି ସାଙ୍ଗ ବାଇକ୍‌ରେ ଯାଉଥିବା ବେଳେ ଆମ୍ୱୁଲାନ୍ସ ସହ ହୋଇଥିଲା ଧକ୍କା।

ବରୁହାଁ ଗାଁର ଅବିନାଶ ମହାଳିକ, ଅଂଶୁମାନ ମହାନ୍ତି ଓ ଅବିଶେକ ମହାନ୍ତି ଗୋଟିଏ ବାଇକ୍‌ରେ ଧମନଗର ବଜାର ଯାଉଥିଲେ। ଠିକ୍‌ ସେହି ସମୟରେ ମେଡିକାଲ୍‌ରେ ରୋଗୀ ଛାଡ଼ି ଫେରୁଥିବା ୧୦୨ ଆମ୍ୱୁଲାନ୍ସ ଧାମନଗରରୁ ବିରୁହାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବ୍ରିଜ୍‌ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ବସିଥିବା ୩ ଯୁବକ ଛିଟିକି ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲା।

ସ୍ଥାନୀୟ ଲୋକ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧମନଗର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଅବିନାଶ ମହାଳିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ଦୁଇ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କୁ ବର୍ତ୍ତମାନ ଭଦ୍ରକ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଧାମନଗର ଥାନା ପୁଲିସ୍‌ ୧୦୨ ଚାଳକକୁ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *