୨୮ ତମ ଶିଶୁ ମହୋତ୍ସବ (କଳିଙ୍ଗ) ୨୦୨୫ : କୁନି କଳାକାର ମାନେ କଲେ ପ୍ରତିଭା ପ୍ରଦର୍ଶନ
ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ଭବନ ଠାରେ ଲୋକପ୍ରିୟ ଶିଶୁ ମହୋତ୍ସବ (କଳିଙ୍ଗ)ର ୨୮ ତମ ସଂସ୍କରଣ ଅନୁଷ୍ଠିତ ହୋଇ ଯାଇଅଛି | ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରାୟ ୩ ଶହରୁ ଉର୍ଦ୍ଧ ସ୍କୁଲ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ପୂର୍ବାହ୍ନ ସମୟରେ ଉଦଘାଟିତ ହୋଇଥିବା ଏହି ପ୍ରତିଯୋଗିତାରେ ନର୍ସରୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସାଧାରଣ ଜ୍ଞାନ, କୌତୁକିଆ ପୋଷାକ ପରି ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା | ଶିଶୁ ମହୋତ୍ସବ କମିଟି ତଥା କଳିଙ୍ଗ ପୁସ୍ତକ ମେଳାର ସଭାପତି ଡ଼ ବିଜୟା ମିଶ୍ର ଏହି ପ୍ରତିଯୋଗିତାକୁ ରିବନ କାଟି ଉଦଘାଟନ କରିଥିଲେ | ସନ୍ଧ୍ୟାରେ ସମସ୍ତ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇ କୃତି ପ୍ରତିଯୋଗୀଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ରାଜନୈତିଜ୍ଞ, କବି, ପୂର୍ବତନ ସାଂସଦ ଡ଼ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇଥିଲେ | ଅନ୍ୟତମ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ ଇ ଗୌରଚନ୍ଦ୍ର ମହାପାତ୍ର ଏବଂ ଲେଖିକା ତଥା ସାମାଜିକ କର୍ମୀ ରୋଜାଲିନ ସେନାପତି ଉପସ୍ଥିତ ଥିଲେ |
ଶିଶୁ ମହୋତ୍ସବ କମିଟିର ସମ୍ପାଦିକା ରେଣୁକା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଉପ ସଭାପତି ସୁଚେତା ରାଉତ ଏବଂ ଚମକ ଚାନ୍ଦିନୀ ଦାଶ ମଞ୍ଚ ପରିଚାଳନା କରିଥିଲେ |