ମଦର ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଅଛି । ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତା ସହ ଏହି ବର୍ବର ଆକ୍ରମଣ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ମତ ଦେଇଥିଲେ । ଅନୁଷ୍ଠାନର ମୂଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ କହିଥିଲେ କି, ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ଦୁଃଖ ଆଉ କୋହ ଅକଥନୀୟ । ସେମାନଙ୍କ ପରିବାର ପ୍ରତି ଆମ ଅନୁଷ୍ଠାନ ସମେତ ସାରା ଦେଶର ସହାନୁଭୂତି ରହିଛି । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛି। ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାର ସମୟ ଆସିଛି । ଅନ୍ୟ ମାନଙ୍କ ମଧ୍ୟରେ ମଦର ଅନୁଷ୍ଠାନର ସଂପାଦିକା ସସ୍ମିତା ଦାସ, ବିଶିଷ୍ଟ ସିନେ ସଂଳାପ ଲେଖକ ଡ ରଜନୀ ରଞ୍ଜନ, ନାଟ୍ୟ ବ୍ୟକ୍ତିତ୍ଵ ଶତୃଘ୍ନ ସାମଲ, ସାମ୍ବାଦିକ ଦିଲ୍ଲୀପ ବିଶ୍ବାଳ, ମହେନ୍ଦ୍ର ହରିଚନ୍ଦନ, ଅଶୋକ ବିଶ୍ଵାଳ, ସୁଧାଂଶୁବାଳା ସାହୁ, ସରିତା ନାଥ, କଳ୍ପନା ଶତପଥୀ, ସୁଜାତା ଲେଙ୍କା, ରାହୁଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *