ଆସନ୍ତା ମଇ ୨୮ ଏବଂ ୨୯ ତାରିଖରେ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ସ୍ୱତନ୍ତ୍ର ସ୍ମୃତି ସମାରୋହ

ବାଲିକୁଦା: ଗତକାଲି ବାଲିକୁଦା ବ୍ଲକ ରାହାଣ ଗ୍ରାମସ୍ଥ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ସ୍ୱତନ୍ତ୍ର ସ୍ମୃତି ସମାରୋହ ସମ୍ପର୍କିତ ଏକ ଆଭାସୀ ସଭା ପୁରାତନ ଛାତ୍ର ସଂସଦ ସଭାପତି ଦିଲ୍ଲିପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏହି ସମାରୋହ/ଉତ୍ସବ ଆସନ୍ତା ମେ’ ମାସ ୨୮ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ଚାଲିବ । ଏହି ଅବସରରେ ଏକ ସ୍ମରଣିକା ପ୍ରକାଶ କରାଯିବ । ଯେଉଁମାନେ ସ୍ମରଣିକା ପାଇଁ ଲେଖା ଦେବାକୁ ଚାହୁଁଛନ୍ତି ଆସନ୍ତା ୨୨.୦୪.୨୦୨୨ ତାରିଖ ସୁଦ୍ଧା ଦେବାକୁ ସମସ୍ତଙ୍କୁ ନିବେଦନ କରାଯାଇଅଛି । ବିଭିନ୍ନ ସବ କମିଟି ମାଧ୍ୟମରେ ସମସ୍ତଙ୍କୁ ଦାୟୀତ୍ୱ ହସ୍ତାନ୍ତର କରାଯିବା ସହ ଏହାର ସଫଳ ଆୟୋଜନ ପାଇଁ ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ପୂରାତନ ଛାତ୍ରଛାତ୍ରୀ,ସ୍ଥାନୀୟ ବୁଦ୍ଧିଜୀବି ଓ ସଚେତନ ନାଗରିକ ମାନଙ୍କୁ ନିବେଦନ କରାଗଲା । ଏହି ସଭାରେ ମେଣ୍ଟର ଓ ଆଡପ୍ଟର ତଥା ଓଡିଶା ସରକାରଙ୍କ ସର୍ବେକ୍ଷଣ ଓ ବନ୍ଦୋବସ୍ଥର ଅତିରିକ୍ତ ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ବେହେରା,ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା,ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା, ରମେଶ ଚନ୍ଦ୍ର ସ୍ଵାଇଁ ଓ ଅନ୍ୟ ସମସ୍ତ ଶିକ୍ଷକ ସହ ଓ ପୁର୍ବତନ ଛାତ୍ର-ଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *