ଝୁଲନ୍ତା ଅବସ୍ଥାରେ ବିଧାୟକ ପତ୍ନୀଙ୍କ ମୃତ ଦେହ ଉଦ୍ଧାର

ମୁମ୍ବାଇ : ଝୁଲନ୍ତା ଅବସ୍ଥାରେ ବିଧାୟକ ପତ୍ନୀଙ୍କ ମୃତ ଦେହ ଉଦ୍ଧାର । ଶିବସେନା ବିଧାୟକ ମଙ୍ଗେଶ କୁଦଲକରଙ୍କ ପତ୍ନୀ ରଜନୀଙ୍କ ମୃତ ଦେହକୁ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ରବିବାର ମୁମ୍ବାଇସ୍ଥିତ ତାଙ୍କ ବାସଭବନରୁ ରଜନୀଙ୍କ ମୃତ ଦେହକୁ ପୁଲିସ ଜବତ କରିଛି । ମୃତ ଦେହକୁ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହା ଆତ୍ମହତ୍ୟାଜନିତ ନେଇ ସନ୍ଦେହ କରୁଛି । ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ କହଇଛି ।

ମୁମ୍ବାର କୁର୍ଲା ଇଷ୍ଟରେ ଥିବା ନେହରୁ ନଗର ଇଲାକା କୋଅପରେଟିଭ ହାଉସିଂ ସୋସାଇଟିରେ ବିଧାୟକ ମଙ୍ଗେଶ ନିଜ ପରିବାର ସହ ରୁହନ୍ତି । ତେବେ ରବିବାର ଉକ୍ତ ଘରେ ତାଙ୍କ ପତ୍ନୀ ରଜନୀଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ରଜନୀ ଆତ୍ମହତ୍ୟା କରିଥିବା କୁହାଯାଉଛି । ଏ ସମ୍ପର୍କରେ ନେହେରୁ ନଗର ପୁଲିସ ତଦନ୍ତ କରୁଛି । କିନ୍ତୁ ପ୍ରକୃତ କାରଣ ଜଣାପଡ଼ି ନାହିଁ। ହେଲେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । କୁର୍ଲା ବିଧାନସଭା ଆସନରୁ ମଙ୍ଗେଶ ପ୍ରତିନିଧିତ୍ୱ କରୁଛନ୍ତି ।

Leave a Reply

Your email address will not be published. Required fields are marked *