୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା ; ନବଜାତଙ୍କ ମଧ୍ୟରେ ଗୋଟିଏ ପୁଅ ଓ ୩ କନ୍ୟା

ବିନିକା : ୪ ଶିଶୁଙ୍କୁ ଜନ୍ମଦେଲେ ମହିଳା। ନବଜାତଙ୍କ ମଧ୍ୟରେ ଗୋଟିଏ ପୁଅ ଓ ୩ କନ୍ୟା ରହିଛନ୍ତି। ଓଜନ କମ୍‌ ଥିବାରୁ ଶିଶୁମାନଙ୍କ ଜୀବନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଞ୍ଜିପାଲି ଗାଁର ରବୀନ୍ଦ୍ର ବାଗଙ୍କ ପତ୍ନି କୁନି ସୁନା ଏହି ୪ ଶିଶୁ ଜନ୍ମ ଦେଇଛନ୍ତି।

ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସମସ୍ତ ଶିଶୁଙ୍କୁ ଏହି ଡାକ୍ତରଖାନାର ଏସ୍‌.ଏନ୍.ସି.ୟୁ. ରେ ଭର୍ତ୍ତି କରାଯାଇଛି। ଜନ୍ମିତ ଦୁଇଟି ଶିଶୁକନ୍ୟା ଏବଂ ଶିଶୁପୁତ୍ରର ଓଜନ ୧ କେଜିରୁ କମ୍ ରହିଥିବା ବେଳେ ଅନ୍ୟ ଶିଶୁକନ୍ୟାର ଓଜନ ୧.୨ କେଜି ରହିଛି।

ପ୍ରସୂତି ଜଣକ ଗତକାଲି ଗର୍ଭ ପୀଡ଼ା ପାଇବାରୁ ଏଠାରେ ଭର୍ତ୍ତି ହୋଇଥିଲେ। କିଛି ସମୟ ପରେ ଅର୍ଥାତ୍ ଦିନ ୨ଟା ବେଳକୁ ପର୍ଯ୍ୟାୟ କ୍ରମେ ୪ ମିନିଟ୍ ବ୍ୟବଧାନରେ ପ୍ରଥମେ ତିନୋଟି ଶିଶୁକନ୍ୟା ଓ ଶେଷରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତିନି ଶିଶୁ କନ୍ୟାମାନଙ୍କ ଓଜନ ଯଥାକ୍ରମେ ୧.୨ କେଜି, ୯୦୦ଗ୍ରାମ, ୭୦୦ ଗ୍ରାମ ଥିବା ବେଳେ ଶିଶୁ ପୁତ୍ରର ଓଜୋନ ୬୦୦ ଗ୍ରାମ ରହିଛି। ତେବେ ଏକା ସଙ୍ଗେ ୪ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା ସୁସ୍ଥ ଅଛନ୍ତି।

Leave a Reply

Your email address will not be published. Required fields are marked *