ପୁଣେର ୟେରୱାଡା ଶାସ୍ତ୍ରୀ ନାଗର ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୭ ଶ୍ରମିକଙ୍କ ମୃତ୍ୟୁ , ୨ଜଣ ଗୁରୁତର

ପୁଣେ: ମହାରାଷ୍ଟ୍ର ପୁଣେର ୟେରୱାଡା ଶାସ୍ତ୍ରୀ ନାଗର ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ିପଡ଼ିଛି । ଦୁର୍ଘଟଣାସ୍ଥଳରେ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ବି କୋଠା ତଳେ କିଛି ଲୋକ ଚାପିହୋଇ ରହିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ସମସ୍ତ ମୃତ ଶ୍ରମିକ ବିହାରର ବୋଲି ପୁଣେ ପୋଲିସ ଡିସିପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *