ରାଜ୍ୟ ମହିଳା କଂଗ୍ରେସର ୭୦ଜଣିଆ ଟିମ୍ ଘୋଷଣା : ୧୦ ଉପସଭାପତି, ୧୧ ସାଧାରଣ ସମ୍ପାଦକ

ଭୁବନେଶ୍ୱର : ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜ୍ୟରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଆଜି ରାଜ୍ୟ ମହିଳା କଂଗ୍ରେସର ୭୦ଜଣିଆ କାର୍ଯ୍ୟକର୍ତ୍ତା ଟିମ୍ ଘୋଷଣା ହୋଇଛି। ଏହାସହିତ ସମସ୍ତ ୩୩ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀଙ୍କ ନାମ ମଧ୍ୟ ଦଳ ପକ୍ଷରୁ ଜାରି ହୋଇଛି।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଏହି କର୍ମକର୍ତ୍ତା କମିଟିରେ ୭୦ ଜଣ ମହିଳାଙ୍କୁ ବିଭିନ୍ନ ପଦପଦବୀରେ ସ୍ଥାନିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଉପସଭାପତି, ୧୧ ଜଣଙ୍କୁ ସାଧାରଣ ସମ୍ପାଦକ, ୪୮ ଜଣଙ୍କୁ ସମ୍ପାଦକ ଓ ଜଣଙ୍କୁ କୋଷାଧ୍ୟକ୍ଷ ପଦବୀରେ ନିଯୁକ୍ତ କରାଯାଇଛି। ସେହିପରି ୨୨ ଜଣଙ୍କୁ କାର୍ଯ୍ୟକାରିଣୀ ସଭ୍ୟା ଓ ୧୫ ଜଣଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସ୍ଥାନ ମିଳିଛି।

ଯେଉଁ ୧୦ଜଣଙ୍କୁ ଉପସଭାପତି ଭାବେ ସାମିଲ କରାଯାଇଛି ସେମାନେ ହେଲେ- ନିର୍ମଲା ମଲ୍ଲିକ କୋଷାଧକ୍ଷ ଭାବେ ରହିଥିବା ବେଳେ ମୋତି କୈବର୍ତ, ଆଇସା ବାନୁ, କୁସୁମ ପ୍ରଧାନ, ସ୍ୱରୂପା ତ୍ରିପାଠୀ, କନକଲତା ମଲ୍ଲିକ, ଚୌଧୁରୀ ସ୍ନେହଲତା ରାୟ, ଚାରୁଲତା ସାହୁ, ନିରୁପମା ଦାସ, ସବିତା ଧିର, ରୁପାଦିପ୍ତା ମହାପାତ୍ର। ସେହିପରି ଶ୍ରୀୟା ସମ୍ବେଦନା, ସବିତା ଆପଟ, ରୀନା ସ୍ୱାଇଁ, ଏମ୍‌ଏ ପରବିନ୍‌, ମୁନି ଥାପ୍ପା, ସରୋଜିନୀ ବାଙ୍କ୍ରା, ଚୈତାଳୀ ପଟ୍ଟନାୟକ,ବିଶ୍ୱକଲ୍ୟାଣୀ କର, ଅନ୍ନପୂର୍ଣ୍ଣା ସାହୁ, ଏଲ୍ ମାଣିକ ପ୍ରଭା ଓ ଦୀପ୍ତିରାଣୀ ପ୍ରଧାନ ପ୍ରମୁଖ ୧୧ ଜଣଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ମିଳିଛି।

ସେହିପରି ସୁନନ୍ଦା ସାହୁ, ବୈଶାଳୀ ବେହେରା, କିରଣବାଳା ମହାନ୍ତି, ହେଲେନା ବାଘେ, ସୁଜ୍ଞ୍ୟାନୀ ପଟ୍ଟନାୟକ, କଲ୍ୟାଣୀ ପୃଷ୍ଟି, କୁନି ହରିଚନ୍ଦନ, ମାଣିକ ସୁନା, ସାଇବାଣି କହଁର, ସ୍ୱର୍ଣ୍ଣଲତା ବାନାରା, ଶ୍ରୀୟାସ୍ମିତା ପଣ୍ଡା, ଅନିତା ମଲ୍ଲିକ,ମୋନାଲିସା ଦାସ, ଆଶା ମିଞ୍ଜ୍‌, ଫିଲିସିଟା ଚେରୁଆ, ରାଧା ବରୁଆ, ଅନ୍ନପୂର୍ଣ୍ଣା ଦାସ, ମମତା ନାୟକ, ଗାୟତ୍ରୀ ଶର୍ମା, ରୂପାଲି ଭୋଇ, ଶ୍ରଦ୍ଧାଞ୍ଜଳି ଚୈତନ୍ୟ, ଦେବେ ମାଢ଼ୀ, ଗୀତାରାଣୀ ସାମନ୍ତ, ମମତା ମହାପାତ୍ର, ସଂଯୁକ୍ତା ମହାପାତ୍ର, ରେଣୁବାଳା ରାଉତ, ସରିତା ରଥ, ବିନ୍ଧାବିନୀ ସାହୁ, ରଞ୍ଜିତା ହେମ୍ବ୍ରମ, ଅନିତା ନାୟକ, ଇସ୍ରତ ଜୱାର, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ସିଲି ସେଠୀ, ଉର୍ବଶୀ ମିଶ୍ର, ବିଷ୍ଣୁପ୍ରିୟା ଚାନ୍ଦ, ଶୁଭଦ୍ରା ମିଶ୍ର, ଲତା ନାୟକ, ଅଙ୍ଗରି ବେଗମ୍‌, ସରସ୍ୱତୀ ପାତ୍ର, ବିଦ୍ୟୁତଲତା ଆଚାର୍ଯ୍ୟ, ମଂଜୁଲତା ବାରିକ, ବନ୍ଦିତା ପଟ୍ଟନାୟକ, କାଜଲ ସାହୁ, ସ୍ନେହଲତା ନାଗ, ସୁପ୍ରଭା ଦାସ, ପ୍ରିୟମ୍ବଦା ସ୍ୱାଇଁ, ଲିଜାରାଣୀ ରାଉତ ପ୍ରମୁଖ ୪୮ ଜଣଙ୍କୁ ସଂପାଦିକା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ୩୩ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି । ଅନୁଗୋଳ ଜିଲ୍ଲା ପାଇଁ ତପସ୍ୱିନୀ ବିଶ୍ୱାଳଙ୍କୁ ସଭାନେତ୍ରୀ ନିଯୁକ୍ତ କରାଯାଇଥିବାବେଳେ ଅନୁଗୋଳ ସହର- କଶିଦ ବିବି, ବାଲେଶ୍ୱର- ପ୍ରଜ୍ଞା ପରମିତା ମହାନ୍ତି, ବଲାଙ୍ଗୀର– ମିଲନି ସାହୁ, ବରଗଡ଼ – ପିକେଶ୍ୱର ଛତର, ଭଦ୍ରକ– ସବିତା ଚାନ୍ଦ, ଭୁବନେଶ୍ୱର- ଗୀତାଞ୍ଜଳି ମହାନ୍ତି, ବୌଦ୍ଧ- କବିତା ମହାକୁଡ଼, କଟକ ସହର- ଶୈଳବାଳା ଜେନା, କଟକ- ଶୋଭାମୟୀ ସିଂ, ଢେଙ୍କାନାଳ- ମମତାଞ୍ଜଳି ବେହେରା, ଦେବଗଡ଼-ମଞ୍ଜୁଲତା ନାୟକ, ଗଜପତି- ସସ୍ମିତା ରାଇକା, ଗଞ୍ଜାମ- ବନଜା ପଣ୍ଡା, ଯାଜପୁର- ରିତାଶ୍ରୀ ମହାନ୍ତି, ଜଗତସିଂହପୁର- ସୁଚିତ୍ରା ବେଉରା, ଝାରସୁଗୁଡ଼ା- ପ୍ରଦୀପ୍ତା ପାତ୍ର, କନ୍ଧମାଳ- ରୁଦା ମଲ୍ଲିକ, କୋରାପୁଟ- ନଳିନୀ ରଥ, କଳାହାଣ୍ଡି- ମାହେନ୍ଦ୍ରୀ ସାହୁ, କେନ୍ଦ୍ରାପଡ଼ା- ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା- ଜ୍ୟେର୍ତିମୟୀ ଛୋଟରାୟ, ମୟୂରଭଞ୍ଜ- ସୁସ୍ମିତା ଘୋଷାଲ, ନୟାଗଡ଼- ପ୍ରତିମା ଜେନା, ନୂଆପଡ଼ା- ଉଷା ଚନ୍ଦ୍ରକାର, ପୁରୀ- ନିରୁପମା ପାତ୍ର, ରାଉରକେଲା- ନିରୁପମା ବଳିଆର ସିଂ, ରାୟଗଡ଼ା- ଇପିଲି ନାଗଲକ୍ଷ୍ମୀ, ନବରଙ୍ଗପୁର- ପି ନାଗରତ୍ନମ, ସୁନ୍ଦରଗଡ଼- ସବିତା ଟପୋ, ସମ୍ବଲପୁର- ସୁତପା ମିତ୍ର, ସୋନପୁର- ସୂର୍ଯ୍ୟକାନ୍ତି ବାଗ ଏବଂ ମାଲାକାନାଗିରି ପାଇଁ କମଳା ବରାଳଙ୍କୁ ନିଯୁକ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *